STORYMIRROR

Kalandi pal

Inspirational

3  

Kalandi pal

Inspirational

କପେ "ଚା"

କପେ "ଚା"

1 min
220

ଚୁମ୍ବନ ମଧୁର 

  ପ୍ରାତଃ ସନ୍ଧ୍ୟା ଦିବା ରାତ୍ର  

ଚାହଁ କି ନ ଚାହଁ 

ତୁଛାଟାରେ ପାଅ

   ଲଗାଇଛ କେଉଁ ପ୍ରୀତି !!


ଯୁବା ଠାରୁ ବୃଦ୍ଧା 

ସଭିଙ୍କ ଶରଧା

   ଷ୍ଟଲ ଖୋଲେ ପ୍ରତି ହାତେ 

ନାହିଁ ତ କାହାର 

କି ବାଛ ବିଚାର

   ଆଦର ପ୍ରତି ମୁହୂର୍ତ୍ତେ !!


ବନ୍ଧୁ ଚର୍ଚ୍ଚା ହୁଏ

ଚା କପ୍ ଦେଇ

   ଗୁଲି ଖଟି ବେଳେ ଚାହା  

ଅବସାଦ ବେଳେ 

ଚାହା କପ୍ ଟିଏ

    ଭରଇ ଶାନ୍ତିର ରାହା !!


ନିଶି ଅବଶେଷେ 

ପ୍ରାତଃ ପରକାଶେ

   ବେଡ ଟି ରୂପେ ଖୋଜା 

ଏକାନ୍ତେ ଭାବୁକ 

ସାଥୀ ତାର ଏକ

    କପେ ଚା ମେଜେ ସଜ୍ଜା !!


ମିଟିଙ୍ଗିରେ ଚାହା

ଭୋଜି ଭାତେ ଚାହା

   ପ୍ରଥମ ସମ୍ମାନ ରୂପେ 

ଭାବ ଦିଆ ନିଆ

ସେ ବନ୍ଧୁ ପାଣିଆ

    ଚାହା ଦ୍ଵାରା ବନ୍ଧୁ ମାପେ !!


ଶୀତୁଆ ପ୍ରହରେ

ବର୍ଷା ଭିଜା ବେଳେ

   ପ୍ରିୟାଠୁଁ ପ୍ରିୟ ଯେ ତୁମେ

କପେ ମିଳିଗଲେ 

ଆନନ୍ଦ ନ ସରେ

   ଥରିଲା ଓଷ୍ଠଟି ଚୁମେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational