Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

3  

Birakishore Nayak

Inspirational

ସମ୍ପର୍କ ହିଁ ଜୀବନ

ସମ୍ପର୍କ ହିଁ ଜୀବନ

1 min
190


ସମ୍ପର୍କ ଜୀବନେ ବଞ୍ଚିବାର ରାହା

    କୁହୁକର ମାୟା ଖେଳେ 

ଶୂନ୍ୟ ହୃଦୟରେ ଭରିଦିଏ ମୋହ

    ମମତାର ଛାୟା ତଳେ |


ମାଆ ଜନ୍ମ ଦିଏ ଅଦେଖା ଶିଶୁଟେ

    ରଖି ବହୁ ମନେ ଆଶା 

ଜନ୍ମ ହେଉ ହେଉ ସ୍ୱର୍ଗୀୟ ସମ୍ପର୍କ

    ଦେଇଥାଏ ଯେ ଭରସା |


ମାତୃତ୍ୱ ସମ୍ପର୍କୁ ମାଆର ଛାତିରୁ

    ବହେ ଅମୃତର ଧାରା 

ସନ୍ତାନ ଆଖିରେ ସମ୍ପର୍କର ମୋହ

    ହୁଏ ଅନ୍ତହୀନେ ଭରା |


ପତି ପତ୍ନୀ ମଧ୍ୟେ ଅନାବିଳ ପ୍ରୀତି

    ସମ୍ପର୍କର ନିବିଡ଼ତା 

ଦୁଇ ପ୍ରାଣ ମିଶି ଏକାକାର ହୁଏ

    ରହିଥାଏ ଆତ୍ମୀୟତା |


ସମ୍ପର୍କ ନୁହଁଇ ଅଦିନିଆ ଝଡ଼ 

    ଭାଙ୍ଗିଦିଏ ଯିଏ ବସା 

ସମ୍ପର୍କ ଅଟଇ ଶ୍ରାବଣୀର ଧାରା

    ଧୋଇଦିଏ ସବୁ କ୍ଳେଶ |


ସଂସାରେ କେବଳ ମଣିଷ ନୁହଁଇ

    ଯିଏ କି ସମ୍ପର୍କେ ବନ୍ଧା 

ପ୍ରତ୍ୟେକ ପ୍ରାଣୀ ଯେ ନିଜ ଜାତି ସହ

    ପ୍ରୀତିରେ ହୋଇଛି ଛନ୍ଦା |


ଦୁନିଆରେ କେହି ବଞ୍ଚିପାରିବେନି

    ଏକାକୀ ସମ୍ପର୍କ ବିନା 

ନିଃସଙ୍ଗେ ବଞ୍ଚିବା ନୁହେଁ ତ ଜୀବନ

    ରୁକ୍ଷ ଏକ ମୃଗତୃଷ୍ଣା |



Rate this content
Log in

Similar oriya poem from Inspirational