STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
255


ଯେଉଁଆଡ଼େ ଦେଖିବ,

    ସିମେଣ୍ଟ କୋଠା ମାଳ ମାଳ,

କାହିଗଲା ସେ ସବୁଜ,

    ସବୁଜିମା ବଣ ତମାଳ।

ଗଢି ଉଠିଛି ଶହ ଶହ,

         କଳ କାରଖାନା,

ଧୂଆଁ ଛାଡ଼େ ଭକ ଭକ,

         କରେ କାରନାମା ।

ତା ମଇଳା ପାଣି ଛାଡ଼େ ନଦୀରେ,

     ଜଳଚର ମରେ ଛଟପଟ ରେ,

ତାର ଧୂଆଁ ଯାଏ ଆକାଶକୁ,

    ପ୍ରଦୂଷିତ କରେ ସାରା ଜଗତ କୁ।

ଆଧୁନିକତା ପାଇଁ ଗଛ କଟା ହୁଏ,

    ପ୍ରଦୂଷଣ କୁ ବଢ଼ାବା ଦିଏରେ,

ଅମ୍ଳଜାନ ସରି ସରି ଯାଏରେ,

ଜୀବ ଜଗତ ଅନାନିଶ୍ବାସୀ ହୁଏରେ।

ଗଛ ନାହିଁ କି ପତର ନାହିଁ,

     ଖରା ହେଉଛି ଚାଇଁ ଚାଇଁ,

ବରଫ ତରଲୁଛି ଝାଇଁ ଝାଇଁ,

      ସମୁଦ୍ର ବଢୁଛି ସାଇଁ ସାଇଁ।

ଗଛ କମି କମି ଯିବା ପାଇଁ,

    ଋତୁଚକ୍ର ଠିକ ହେଉ ନାହିଁ,

ମରୁଡ଼ି,ବଢ଼ି, ବାତ୍ୟା ହେଉଛି ଭାଇ,

    ମଣିଷ ଜୀବନେ ଶାନ୍ତି ନାହିଁ।

ଗଛ କୁ ଯେଉଁ ମଣିଷ କାଟୁଛି,

    ନିଜ ଗୋଡ଼ ରଶି ଗଳା ରେ ଫାନ୍ଦୁଛି,

ନାନା ରୋଗର ଶିକାର ହେଉଛି,

   ମହଙ୍ଗା ର ମାଡ଼ ବି ଖାଉଛି।

ତେଣୁ ହେ ଉଚ୍ଚ ଶିକ୍ଷିତ ମଣିଷ,

     ନ ହୁଅ ମୁରୁଖ କାଳିଦାସ,

ଯେଉଁ ଗଛ ପାଇଁ ବଞ୍ଚିଛ,

     ତାହାକୁ ଆଉ ନ କାଟ।

ଆସ କରିବା ବୃକ୍ଷ ରୋପଣ,

          ଦୂର କରିବା ପ୍ରଦୂଷଣ,

ସୃଷ୍ଟି କରିବା ଜଙ୍ଗଲ ବଣ ,

    ପ୍ରଦୂଷଣ ଠାରୁ ଜିତିବା ରଣ।

ଆଜି ଏ ଆଧୁନିକତା,

      କରୁଛି ଦୂଷିତ ପରିବେଶ,

କରି ବୃକ୍ଷରୋପଣ ହୋଇ ହରଷ,

    ବଞ୍ଚାଇବା ନିଜ ପ୍ରଦେଶ।

ସାରା ବିଶ୍ୱ ର ପରିବେଶ କୁ ବଞ୍ଚାଅ,

   ଜୀବ ଜଗତ କୁ ରଖ ସୁରକ୍ଷିତ,

ଗଛ ଲଗାଇ,ବିଶୁଦ୍ଧ ରଖ ପରିବେଶ,

  ଯେବେ ବିଶୁଦ୍ଧ ପରିବେଶ ରହିବ,

ତେବେ ସମସ୍ତେ ବିଶୁଦ୍ଧ ଶ୍ୱାସ ନେଇ ପାରିବ।

ତେଣୁ ବୃକ୍ଷ ରୋପଣ କରିବା ଭାଇ,

  ଆଗାମୀ ପିଢ଼ି କୁ ସୁରକ୍ଷିତ ରଖିବା,

କାଠ ଚୋର ମାଫିଆ ଙ୍କୁ ଆଉ ଛାଡିବା ନାହିଁ,

 ଗଛ ଲଗାଇ ଜୀବଜଗତ କୁ ବଞ୍ଚାଇବା।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational