STORYMIRROR

Panchanan Jena

Inspirational

3  

Panchanan Jena

Inspirational

ହସ ବୋମା

ହସ ବୋମା

1 min
175


ହସି ହସି ବେଳେ ବେଳେ 

କହି ଦିଅ କେଇ ପଦ ଭୋଳେ

ମିଶ୍ରି ବୋଳା ଅଧେ ଗଦେ ହେଳେ

ଟାଆଁଶିଆ ଟାଣୁଆ 

ହାଣୁଆ ବାଣୁଆ

ଶବ୍ଦ ବୋମା ସବୁ 

ହସ ମୁଖା ହୋଇ

ଧାଇଁ ଯାଉ 

ବିପକ୍ଷର ପଞ୍ଜରା 

ଫଟେଇବା ବଦଳରେ

ଲହୁ ଲୁହାଣ କରିବା ବଦଳରେ

ଗୋଟେଇ ଆଣୁ

ଖଜୁରି କୋଳି

 ଗୋଟେଇଲା ମୁଠେଇଲା ପରି

ପାପୁଲିଏ ଅଫୁରନ୍ତ ପୁଲକ 

ଆଞ୍ଜୁଳାଏ ଅନିର୍ବଚନୀୟ ଅନୁଭବ ସ୍ତବକ ।


ଆଉ କେବେ କେବେ

ମୁରୁକି ମୁରିକି ଟାଳି ଦିଅ 

ବାଆଁରେଇ ଦିଅ ଦାୟିତ୍ଵର ସୁଅ

ଦେଖିବା କହି 

ଆଦେଶର ଲକ୍ଷ୍ମଣରେଖା ଡେଇଁ ଯାଅ

କର୍ତ୍ତବ୍ୟ ଶିରୋଧାର୍ଯ୍ୟ

ଭାବିବା ପୂର୍ବରୁ

ମନକୁ ପଚାର

ଅନ୍ତର ବିବେକକୁ ହୁଙ୍କାର

ଆତ୍ମାର ଆହ୍ୱାନକୁ ଗ୍ରହଣ କର

କୁନ୍ଥେଇ ପଡି 

କାଲା ପିଠିଆ ଧଡ଼ି

ଏକ କାନରେ ପୁରେଇ

ଆର କାନରେ ଉଡେଇ 

ନ ଶୁଣିଲା ପରି ବ୍ୟବହାରି

କେତେ ଖଣ୍ଡଯୁଦ୍ଧର ହାହାକାର

ବାକ୍ୟ ବାଣର ସିତ୍କାର

ଯୁଦ୍ଧମ୍ ଦେହୀର ଲଲକାର

ସବୁ ଶାନ୍ତ ନୀରବ ନିଥର

ମଲା ପଥର ।


ଭାବି ଦେଖ ଥରେ ସଙ୍ଗୀ ସଙ୍ଗାତ 

ସମସ୍ୟା ତ ସୁଡୁକୁ ଅସମାହିତ

ଅସରନ୍ତି ଗୋଳକ ଧନ୍ଦା ଧାବିତ

ସମାଧାନ କରି କରି ବ୍ୟାଧି

ନୟାନ୍ତ ହେଲେ ବି ମିଳୁନି ଔଷଧି ।


ଅସୁବିଧାରେ ସୁବିଧାର ଚାବି

ଅଶାନ୍ତି ରେ ଶାନ୍ତିର ଛବି

ନିରାଶାରେ ଆଶାର ବୈଭବୀ

ଆଙ୍କିବାକୁ ହେବ

ସମୟର ନିରୁତା କ୍ୟାନଭାସ ଭାବି ।


ସମୟର ମଲମ ବହୁତ ନରମ

କରିପାରେ ଉପଶମ

ଯେତେ ମୁଠେଇ ଧରିଲେ ବି ବାଲିକଣା

କିଛି ଝରି ପଡ଼େ 

ସମୟ ବଡ଼ ବଳବାନ ବାବୁ

କରି ନେବ କାବୁ 

ଡ଼େରି ଲାଗିବନି କରିବାକୁ ସିଧା

ମାରି ଗୋଇଠା ବିଧା

କଡ଼ ଲେଉଟାଇ ବାକୁ 

କରୁଛି ବୋଧେ ମସୁଧା ।


ହସ ବୋମାର ଖିଲି ଖିଲି ଶବ୍ଦ

ଆଣି ଆସୁ ସମୟ ଗାଲରେ

ଭଉଁରିଆ ମଖମଲି ମୁରୁକି

ତୁଣ୍ଡ କମାଣ ଫୋଟଉ ମଲ୍ଲୀଫୁଲିଆ

ଭାଷାଣ ସମ୍ଭାଷଣ

ସମସ୍ୟାର ଲମ୍ବା ହାତରେ

ଧରେଇ ଦେଉ

ଖଟା ମିଠା ସୁଆଦିଆ ମୁଡକି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational