STORYMIRROR

Salila Sarangi

Inspirational

3  

Salila Sarangi

Inspirational

ଜୀବନର ସତ୍ୟ

ଜୀବନର ସତ୍ୟ

1 min
188


ଛାଡିଗଲେ ଜୀଵ ହୋଇଯିବ ଶଵ

   ଛୁଇଁଵେ ନାହିଁ ଟି କେହି

କାହିଁକିରେ ମନ ଦେଖୁଛୁ ସପନ

   ସବୁ ମୋର ମୋର କହି।


ବୁହା ହୋଇ ଯିଵ ଶ୍ମଶାନ ଘାଟକୁ

    ଶରୀର ହେବ ପାଉଁଶ

ମଲା ଗଲା ବୋଲି ଦି ଦିନ ବୋବାଳି

   ଶୁଦ୍ଧି କ୍ରିୟା କରି ଶେଷ।


ଯିଏ ଯାହା ଵାଟେ ଚାଲିଯିଵେ ଶେଷେ

    ଭୁଲି ଯିବେ କାଳ ବଳେ

ଭଲ ମନ୍ଦ ଗୁଣ ରହିବଟି ଜାଣ

    ଭଵରଙ୍ଗ ଭୂମି ତଳେ।


ଅସତ୍ୟ ପଛରେ ଜୀବନ ଦଶାରେ

   ବୁଲିଲ ପ୍ରତି ମୂହୁର୍ତ୍ତ

ସତ୍ୟ ପ୍ରଭୁ ନାମ ନ କରି ସ୍ମରଣ

   ଅନିତ୍ୟ ସୁଖରେ ରତ।


ଆସିଥିଲ ଏକା ଚାଲିଯିବ ଏକା

    ଦୁନିଆକୁ ପର କରି

ସ୍ଵାର୍ଥୀ ଦୁନିଆର ରଙ୍ଗମଞ୍ଚଟାରେ

   କେହି ନୁହନ୍ତି କାହାରି।


ରାତି ଦିନ ଏକ ସଞ୍ଚିତ ଦରଵ

   ଯିବ ନାହିଁ ଶେଷ ପଥେ

ଦାନ, ପୂଣ୍ୟ, ଧର୍ମ ଅର୍ଜିତ କରମ

   ସଙ୍ଖାଳି ହୋଇଵ ସାଥେ।


ମନୁଷ୍ୟ ଜନମ ସଂସାର ଵନ୍ଧନ

   ସବୁତ ମାୟା ଭିଆଣ

ସତ୍ କର୍ମ କରି ଵିଭୁ ନାମ ସ୍ମରି

   ଛାଡି ଯାଅ ପାଦ ଚିହ୍ନ।


    


Rate this content
Log in

Similar oriya poem from Inspirational