STORYMIRROR

Kalandi pal

Inspirational

3  

Kalandi pal

Inspirational

କଳାହାଣ୍ଡିଆ ମେଘ

କଳାହାଣ୍ଡିଆ ମେଘ

1 min
203

ଗଗନେ ଗରୁଡ ସମ ପକ୍ଷ ମେଲି ନବଘନ

କଜ୍ଵଳ କଳନେ କନ୍ଦ ଆଚ୍ଛାଦିତ କୃଷ୍ଣବର୍ଣ୍ଣ ।।


ଚପଳା ଚମକେ କୋଳେ ରଚିଛି ଚତୁରାନନ 

କଣ୍ଠେ କଣ୍ଠିହାର ଶୋହେ ବର୍ଷାରାଣୀ ସୁଶୋଭନ ।।


ବଉଦ ବେତାଳ ସମ ପ୍ରକମ୍ପିତ ତ୍ରିଭୁବନ 

ଆତଙ୍କେ ଆତଙ୍କ ଧରା ଖେଳେ ଭୟ ଶିହରଣ ।।


ବହେ ବନ୍ଧୁର ସମୀର ହରେ ସର୍ବ ତନୁ ମନ

କ୍ଷେତେ କ୍ଷେତ୍ରପାଳ ଚଷେ ପକାଇ କ୍ଷେତେ ବିହନ ।।


ଉଲ୍ଳସିତେ ଉଦାସୀନ ସୁମଧୁର କଣ୍ଠେ ଗାନ

ଶ୍ରମର ସରିତ ହରେ ପକୃତି ମହତ ଦାନ ।।


ଚନ୍ଦ୍ରାତପ ଚାରୁକଳା ଚତୁର୍ଦ୍ଦିଗେ ମନୋହରା

ବଉଦେ ବଉଦ ଫୁଲ ଦିଶଇ ଆହା କି ତୋରା ।।


ପୁଷ୍କରଣୀ ପରିପୂର୍ଣ୍ଣ ସତେ ଅବା କଇଁ ମାନ

ସୁନ୍ଦର ସତେଜ ପୁଷ୍ପେ ସଜ୍ଜିତ ଆକାଶେ ଘନ ।।


ଅପୂର୍ବ ଅଜ୍ଞେୟ କାନ୍ତି ଅଳ୍ପ କ୍ଷଣେ ସମାପନ 

ରଚେ ରୁଚିକର ପ୍ରୀତି ପ୍ରତିଛବି ନିତିଦିନ ।।


ଭାବୁକ ଭାବନା ରାଜ୍ୟେ ହଜି ଯାଏ କିଛି କ୍ଷଣ 

ଶଦ୍ଧରେ ଶଦ୍ଧକୁ ଯୋଡ଼ି କରେ ତାର ରୂପାୟନ ।।


ପକୃତି ପଥୁକି ସାଜି ପ୍ରଥପ୍ରାନ୍ତେ ପଥଭ୍ରଷ୍ଟ 

ବଞ୍ଚିବା ବଞ୍ଚେଇ ବୃକ୍ଷ ଘୁଞ୍ଚାଇ ପକୃତି କଷ୍ଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational