STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ନେଡିଗୁଡ଼ କହୁଣୀକୁ ବହିଯିବା ପରେ

ନେଡିଗୁଡ଼ କହୁଣୀକୁ ବହିଯିବା ପରେ

1 min
123

ହାତରୁ ଖସି ଖସି ଯାଉଥିବା ସମୟ ଆଉ ସୁଯୋଗ

କାନ ପାଖରେ କହିଯାଉଛନ୍ତି ମଣିଷର

ସମୟ ଅଟଇ ବଡ଼ ବଳବାନ

ପୁନଶ୍ଚ ସୁଯୋଗ ଆସେନି ଜୀବନେ ବାରମ୍ବାର

ବ୍ୟର୍ଥ ହୋଇଗଲା ଏ' ମହାର୍ଘ ଜନ୍ମ ତୋର 

ଲଭିବୁ ସବୁଠି କେବଳ ମାତ୍ର ତିରସ୍କାର!! 


ନେଡିଗୁଡ଼ କହୁଣୀକୁ ବହିଯିବା ପରେ

ଯଦିଓ ଚଉଦିଗ ଦିଶଇ ନିଃଷ୍ପ୍ରଭ ମଳିନ ଅନ୍ଧାର

ଭାଗ୍ୟ ଭବିଷ୍ୟର କାର୍ଯ୍ୟପନ୍ଥା ହୁଅଇ କୁଜ୍ଝଟିକାମୟ

ସବୁରି ମହଲରେ ଖାଲି ନିନ୍ଦା ଆଉ ନିନ୍ଦା

ତଥାପି ଜୀବନର କେଉଁ ଅଜ୍ଞାତ କୋଣରେ

ଦିକ୍ ଦିକ୍ ହୋଇ ଜଳୁଥାଏ ଆଶାର ପ୍ରଦୀପ

ଆପଣା ଛାଏଁ ଉନ୍ମୁକ୍ତ ହେଉଥାଏ କେତେ ନୂଆ ନୂଆ ପଥ!! 


କିଏ ଜଣେ କେଉଁଠି କେଉଁ ଅଜଣା ଦିଶାରେ

ପ୍ରେୟସୀ ରହିଥିବ ପ୍ରତୀକ୍ଷାରେ ହସ୍ତେ ଧରି ପୁଷ୍ପହାର

ତୋଳି ନେବାକୁ ତା'ର ପ୍ରିୟ ପୁରୁଷକୁ ବୁକୁ ପରେ

ସୋହାଗରେ ଲେପିଦେବ ପୀରତିର ମଲମ କ୍ଷତରେ

ନୂଆ ନୀଡ଼ଟିଏ ରଚିବାର ସ୍ୱପ୍ନରେ ହୋଇଣ ବିଭୋର 

ବେନି ପ୍ରାଣୀ ଲଭୁଥିବେ ଅମୀୟ ଆନନ୍ଦ ଅପାର!! 


ଜନ୍ମର ଲକ୍ଷ୍ୟ ତ ନୁହେଁ ଏକମାତ୍ର ସଫଳତା ପାଇଁ

ଅବା ରାଶି ରାଶି ପୁରସ୍କାର ପ୍ରଶସ୍ତି ଗାୟନ

ଜୀବନର ଚଲାପଥେ ଲାଗି ରହିଛି ଉତ୍ଥାନ ପତନ 

ବିଫଳତା ମହାଶିକ୍ଷା ଭରିବାକୁ ନୂତନ ଉଡ଼ାଣ 

ନେଡିଗୁଡ଼ କହୁଣୀକୁ ବହିଯିବା ପରେ ବି 

ମଣିଷର ବାକିଥାଏ ବଞ୍ଚିବାର ଆହୁରି ଜୀବନ!!



Rate this content
Log in

Similar oriya poem from Inspirational