STORYMIRROR

paramananda tripathy

Inspirational

3  

paramananda tripathy

Inspirational

ଏଇତ ଜୀବନ ଖେଳ

ଏଇତ ଜୀବନ ଖେଳ

1 min
8


ଏଇ ହାତେ ଯା'କୁ ମଣିଷ କରିଲି

          ଆପଣାର କଲେ ପର

ଜୀବନ ଯନ୍ତ୍ରଣା ସହି ହୁଏ ନାହିଁ

          ବାହୁନି କାନ୍ଦେ ଅନ୍ତର

         ବୃଦ୍ଧ କାଳେ ବିପରୀତ

ବଟ ବୃକ୍ଷ ଯାର ଭୂସ୍ପର୍ଶି ଓହଳ

   (କର୍ମ) ସ୍ତମ୍ଭ ଯୋଗ୍ଯ ପୁତ୍ରବତୀ ।

ପରିବାର ପାଇଁ ହଜି ହଜାଇଲି

          ଆୟୁ ବାୟୁ କଳ ବଳ

ଦିନ ଚାଲିଗଲା ଚିହ୍ନ ରହିଗଲା

       ଦେହ ବ୍ୟାଧି ହେଲା କାଳ

          ଏଇତ ଜୀବନ ଖେଳ

ସଂସାରେସଂସାରୀଶେଷେଦିନ ଗଣେ

        ଭଲ ଭେଲ କର୍ମଫଳ ।

ଅଦେଖା ଘାଆକୁ ଦେଖାଇ ହୁଏନା

        ଲଜ୍ଜା ପାଇଁ ବସ୍ତ୍ର ଦେହେ

ବଳ ହଟିଗଲେ ବେଙ୍ଗ ନାତ ମାରେ

         ଓଲମା ବି କଥା କହେ

        ସରଳା କି ଜାଣେ ପେଞ୍ଚ

ଖଜୁରୀ ଗଛର କି ଗୁଣ ଗାଇବି

         ମୂଳୁ ପାହୁଚ ପାହୁଚ ।

ଆଜି ମଲେ କାଲି ଦ୍ବି' ଦିନ ହୁଅଇ

       ଆଖି ଦେଖେ କାନ ଶୁଣେ

ତଥାପି ଏ ମନ ରାସ କରୁଥାଏ

        ସୁଯୋଗ ପାଇଲେ କ୍ଷଣେ

           ଉହୁଙ୍କି କଙ୍କି ଶିଶୁକୁ

ଅହି କବଳରେ ପଡିବି ମଣ୍ଡୁକ

         ଭୁଲି ଆସନ୍ନ ମୃତ୍ଯକୁ ।

ତେସନେ ମଣିଷ ମୃତ୍ୟୁସାଥେ ଖେଳେ

          ଅଣନିଃଶ୍ବାସୀ ହୋଇ

ମୃତ୍ୟୁ କେଶ ସ୍ପର୍ଶେ ମୋରମୋର କହି

        ନିସ୍ବେ କାନ୍ଦେ କଇଁ କଇଁ

         ଚେତନା ଜାଗି ଜଗାଏ

ଅତୃପ୍ତ କାମନା ବାସନା ଲାଳସା

         ପାଇଁ ପୁନର୍ଜନ୍ମ ନିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational