STORYMIRROR

paramananda tripathy

Inspirational

4  

paramananda tripathy

Inspirational

ମୁକତି ଦ୍ଵାର

ମୁକତି ଦ୍ଵାର

1 min
18


ପରମ ଆନନ୍ଦ ପରମ ଶାନ୍ତିର

         ଭଣ୍ଡାର ଯେ ପରମାତ୍ମା

ସମ୍ପର୍କର ସେତୁ ଦୃଢେ ବାନ୍ଧି ଦେଲେ

         ଆନନ୍ଦ ଲଭେ ଜୀବାତ୍ମା

           ମୁକ୍ତି ପଥର କାରଣ

ସୁଖ ଶାନ୍ତି ସଙ୍ଗେ ସୁଖମୃତ୍ଯୁ ଲଭି

        ନ ଲଭେ ପୁନର୍ଜନମ ।।

କାମନା ବାସନା ଯେତେ ବଢି ଚାଲେ

         ସାଧୁତାକୁ କରେ ନାଶ

ଅସାଧୁର ମୂଳ କାମନା ବାସନା

       ବଢେ ଈର୍ଷା ,ହିଂସା ,ଦ୍ବେଷ

          କାମ ଦୁଃଖର କାରଣ

କାମନା ବିନାଶେ ଦୁଃଖର ବିନାଶ

      ସୁଖ ଶାନ୍ତି ମୋକ୍ଷ ଜାଣ ।।

ଯେ'ଠାରୁ ଆସିଛେ ଫେରିଯିବା ପୁନଃ

          ଧ୍ରୁବ ସତ୍ୟ ଏକଥା ତ

ସବୁ ଜାଣି ଶୁଣି କା' ପାଇଁ ଅରଜେ

           ଏ ମନ ଧନ ସଂପଦ

         ସେଠିକା ବ୍ୟବସ୍ଥା ନାହିଁ

ସେଠାର ବ୍ୟବସ୍ଥା ଆଗ ନ କରିଣ

       କି ଲାଭ ଏଠିକା ପାଇଁ ।।

ମାତାର ବଚନ ଖଣ୍ଡିଲେ ଆୟୁଷ

         ପିତୃ ବାକ୍ୟେ ଧର୍ମ ନାଶ

ଗୁରୁଙ୍କ ବଚନ ଖଣ୍ଡିଲେ ଯନ୍ତ୍ରଣା

         ଋଷି ବାକ୍ୟେ ସର୍ବନାଶ

        ନିଜ ବାକ୍ୟେ ସତ୍ୟ ନାଶ

ଗୁରୁଜନ ବାକ୍ୟ ନମାନି ବିପଦେ

       ପାପରୁ ନର୍କରେ ବାସ ।।

ଜନ୍ମ ଅଛି ଯା'ର ମୃତ୍ୟୁ ସୁନିଶ୍ଚିତ

         ବିକାଶ ହେଲେ ବିଲୟ

ପୁସ୍ତକର ମୃତ୍ୟୁ ନାହିଁ କି ବିଦ୍ୟାର

        କାଳେ କାଳେ ପୁଣ୍ୟମୟ

        ସିଦ୍ଧି ଯୋଗୀ ତପାଚାରୀ

ଯୁଗ ଜନ୍ମା ଯୁଗ ସ୍ରଷ୍ଟା ନିର୍ଣ୍ଣାୟକ

      ଯଶ କୀର୍ତ୍ତି ପୁଣ୍ୟ ଶରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational