Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational

3  

Bijoy Jena

Inspirational

ଅଗତିର ଗତି

ଅଗତିର ଗତି

1 min
120



ଅଗତିର ଗତି ଅନାଥର ନାଥ

    ତୁମେ ତ ଅନ୍ତରଯାମୀ 

ଅଖିଳ ବ୍ରହ୍ମାଣ୍ତ କାରଣର କର୍ତ୍ତା

    ତୁମ ଚରଣେ ପ୍ରଣାମୀ।


ଅସୀମ ଆକାଶ ଅଲେଖ ମହିମା

    ଘୋଷୁଥାଏ ଅହରହ

ଅପରିସୀମ ଯା ହୃଦୟକୁ ଛୁଇଁ

    କେ ପାରିଛ କୁହ କୁହ।


ଅନିତ୍ୟ ସଂସାର କ୍ଷଣିକ ପାଇଁକି

     ଅମର ନ ଥାନ୍ତି କେହି

ଧନ ରହି ନାହିଁ ମାନ ରହି ନାହିଁ

    କେହି ବି ରହିବେ ନାହିଁ।


ରହିଯିବ ଏକା ମାନବ ପଣିଆ

    ମାନ ଦଣ୍ଡ ଧରମର

ସେବା ପରିସର ଅମୂଲ୍ୟ ରହିବ

    ପାପ ରାଶି ଚୁରମାର।


ଏ କଥାକୁ ଯିଏ ଧ୍ୟାନ ଦିଏ ସଦା

    ଜଗନ୍ନାଥ ସ୍ଵାମୀ ପ୍ରୀତ

ଆସ ହେ ଭକତେ ଶରଣ ଲୋଡ଼ିବା

    ପାବନେ ଉଡ଼ଇ ନେତ।



Rate this content
Log in

Similar oriya poem from Inspirational