କି କଥା କହିବି
କି କଥା କହିବି
କି କଥା କହିବି ତୁମକୁ ହେ ପ୍ରଭୁ
ତୁମେ ହିଁ ତ ସର୍ଵଜ୍ଞାତା
ଦୟା ଶାନ୍ତି କ୍ଷମା ଗୁଣରେ ପୁରିଛ
ତୁମେ ଜଗତ କରତା ।
ମଣିଷ ହେଉଛି ଶ୍ରେଷ୍ଠ ବିଜ୍ଞ ପ୍ରାଣୀ
ଅଳପେ ନ ହୁଏ ତୁଷ୍ଟ
ରାତାରାତି ପରା ବଡ ହେବା ପାଇଁ
ସାଧେ ଅନେକ ଅନିଷ୍ଟ।
ସମାଜରେ ନାହିଁ ଆଗଭଳି ଶାନ୍ତି
ନାହିଁ ସ୍ନେହ ଶ୍ରଦ୍ଧା ପ୍ରୀତି
ସେ ଲାଗି କାଳିଆ ନନ୍ଧିଘୋଷେ ଚଢି
ଭକ୍ତ ଜନେ ଦେଇ ସ୍ଥିତି।
ସୂଚାଇ ଦିଅନ୍ତି ଭାଇ ଚାରା ଛାପ
ପରକୁ ଆପଣା କରି
ତାଙ୍କରି ସୃଷ୍ଟିକୁ ସୁରକ୍ଷିତ ରଖି
ବାନ୍ଧି ରଖେ ଭାଗ୍ୟ ଡୋରି।
ଶୁଭ ଦୃଷ୍ଟି ଦିଅ ପତିତପାବନେ
ବାନା ନିତି ଉଡ଼ୁଥାଉ
ତୁମରି ଚିନ୍ତନେ ତୁମ ଗୁଣ ଗାନେ
ଦିନ ମାନ ସରି ଯାଉ।।