ପ୍ରେରଣା
ପ୍ରେରଣା
ପିତା ମାତା ଙ୍କର ଆଶିଷ
ମୋତେ କରିଛି ବଡ
ପାଇ କେତେ କେତେ ପ୍ରେରଣା
ଜିଣି ପାରିଛି ଗଡ।
ଗୁରୁ ଗୁରୁଜନ ମୋହର
କେଡେ ସରାଗେ ଅତି
ଭାଙ୍ଗି ପଡ଼ିଥିଲେ ବୁଝାନ୍ତି
ଦେଇ ପ୍ରେରଣା ନିତି।
ତାଙ୍କ କଥା ମାନି ଅଭ୍ୟାସ
ଜାରି ରଖଇ ସଦା
ଅନୁଭବେ ପରା ଆଣିଛି
ଦୁଃଖ ହୁଅଇ ବିଦା।
ଶିଶୁଟିଏ ଚାଲି ଶିଖିଲେ
ଆହା ଖୁଣ୍ଟି ପଡ଼ଇ
ମାଆ ତାର ପାଖେ ରହିକି
ପୁଣି ନିଜେ ଉଠାଇ।
ଏହି ପ୍ରେରଣାରେ ଶିଶୁଟି
କ୍ରମେ ଶିଖଇ କଥା
ନ ହେବା କାମଟି ହୁଅଇ
ଦୂର ହୁଅଇ ବ୍ୟଥା।
ହାରିବା ଜିତିବା ଦୁଇଟି
ଦିଗ ପ୍ରତି ଜୀବନ
ପ୍ରେରଣାରେ ଜଣେ ଜିଣଇ
ଦୃଢ କରିଲେ ମନ।
ବିଫଳତା ମାର୍ଗ ଦର୍ଶାଏ
ସଫଳତା ଦିଗରେ
କେହି କାହା ପଛେ ରହିଛି
ଦେଇ ପ୍ରେରଣା ତାରେ।
ପ୍ରତି ପୁରୁଷଙ୍କ ପଛରେ
ଅଛି ନାରୀ ଙ୍କ ହାତ
ସେଥି ପାଇଁ ଏହି ଜଗତ
କେଡେ ସୁନ୍ଦର ସତ।
ଖଣ୍ଡି ଉଡ଼ା ଦେଇ ଚଢେଇ
ଉଡିଯାଏ ଆକାଶେ
ମାଆ ଚଢେଇ ଟି ସାଥିରେ
ରହି ଭରେ ବିଶ୍ୱାସେ।
ପ୍ରକୃତି କୋଳରେ ପୁରିଛି
ନବ ନବ ପ୍ରେରଣା
ଜୀବନ ଗଢ଼ିବା ସକଳେ
ମନ ନ କରି ଊଣା।