Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଦେବ ଅଂଶୁମାନ

ଦେବ ଅଂଶୁମାନ

1 min
7



ଦେବ ଅଂଶୁମାନ  ଢଳି ଢଳି ଏବେ

      ପ୍ରାଚୀ ଦିଗେ ଉଇଁଲେଣି

କନକ କିରଣ ଝରି ଝରି ଆସେ

     ଧରିତ୍ରୀ ମା ଜାଗିଲେଣି।

ଧରିତ୍ରୀ ମାଆର ସବୁଜ ପଣତ

     ଆହା କି ଦିଶେ ସୁନ୍ଦର

ଲୁଚି ଲୁଚି ଦେଖ କୋଇଲି ଗାଉଛି

     ବହଇ ମନ୍ଦ ସମୀର।

ନୀୟତିର ଦାନ ଦେଖ ହେ ସୁଜନେ

    ଋତୁ ଯାଏ ଋତୁ ଆସେ

ସୁରୁଜ ଦେବତା ନିଜ କର୍ତ୍ତବ୍ୟରେ

     ଅଟଳ ଯେ ବାର ମାସେ।

ମନେ ରଖିଥିବ ଦୁଇ ପଦ କଥା

     ପିତା ମାତା ଗୁରୁଜନ

ତାଙ୍କରି ଆଶିଷେ ଭାଜନ ହୋଇଛୁ

     ଗଢ଼ିବାକୁ ଏ ଜୀବନ।

ବେନି କର ଯୋଡ଼ି ମନ ଧ୍ୟାନ ଦେଇ

     ରବିଙ୍କୁ କରି ପ୍ରଣାମ

ଆରମ୍ଭିବା ଆଜି ଦିନର ଯାତ୍ରାକୁ

    ଚରଣେ ନେବା ଶରଣ।


Rate this content
Log in

More oriya poem from Bijoy Jena