STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଇଶ ଦରବାର

ଇଶ ଦରବାର

1 min
10


ଇଶ ଦରବାର ଅନ୍ୟାୟ କରେନି

     କାହା ପାଇଁ କେବେ ନୁହେଁ

ପ୍ରାଣୀ ଭୋଗିଥାଏ ନିଜ କର୍ମ ଫଳ

     ଭଲ ଅବା ମନ୍ଦ କହେ।

କାଳିଆଙ୍କ ପାଖେ ବିଶ୍ୱାସ ରଖିଲେ

     ଆସଇ ମନେ ସାହସ

ସେହି ସାହସରେ ପଥ ଦିଶିଯାଏ

     ମୁଖ ହୁଏ ହସ ହସ।

କରମ କରିଲେ ଭାଗ୍ୟ ଗଢ଼ା ହୁଏ

      ଜୀବନ ହୁଏ ଉଜ୍ଜଳ

ପ୍ରତି କରମରେ କାଳିଆ ଠାକୁର

      ଦିଶୁଥାନ୍ତି ଜଳ ଜଳ।

କର୍ମ ଫଳେ ଜମା ବାନ୍ଧି ହେବା ନାହିଁ

       କରମ କୁ କରି ଗୁରୁ

ଆନେ ସୁଖ ଦେଇ ବଞ୍ଚିବା ଶିଖିଲେ

      ନୈରାଶ୍ୟ ହଟିବ ଦୁରୁ।

ସମସ୍ତେ ଡାକନ୍ତୁ ଜଗନ୍ନାଥ ସ୍ଵାମୀ

      ଜଗତ ଉଦ୍ଧାର ହେଉ

ଭଲରେ ରୁହନ୍ତୁ ସୁଖରେ ରୁହନ୍ତୁ

     ଅମା ରାତି ପାହି ଯାଉ।।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Action