ପ୍ରଜାପତି ଓ ମକର ସଂକ୍ରାନ୍ତି
ପ୍ରଜାପତି ଓ ମକର ସଂକ୍ରାନ୍ତି
ତୋ ଚିତ୍ରିତ ଡେଣାରେ ଜାତି ଜାତି
ରଙ୍ଗ ଆଉ ଫୁଲ
ତୋ ସିଲକି ସିଲକି ଡେଣାକୁ
ଧରିବାକୁ ଲାଗେ ଭଲ
ତୁ କାଳେ ସଂବାଳୁଆ ଥିଲୁ, ତୋ ପ୍ରାରବ୍ଧ l
ଏତେ ମଖମଲ୍ଲୀ ନହୁଲି
ପ୍ରଜାପତି ହେଇଗଲୁ
ଜାତି ଜାତି ପ୍ରଜାତି ପ୍ରଜାପତି ଏଠି ସେଠି
ବୁଲି ବୁଲି ଭଲପାଉ ଫୁଲ l
ହେଉ କେତେ ଗେଲ
ଏମିତି କେମିତି ତୋ ଜୀବନ ଫରୁଆ
ଗୋଟେ ସ୍ବର୍ଣ୍ଣ ଚମ୍ପା ଫୁଲ
ତୋ ଜୀବନ କାଳ କେତେ, ରହୁ କେଉଁଠି l
ଭାବିନାହିଁ କେବେ, ଯଦିଓ ଅମୁଲ୍ୟ ତୋ ମୂଲ୍ୟ
ଫିକା ଫିକା ଲାଗେ ଦିନର ନିର୍ଦ୍ଦିଷ୍ଟ ପ୍ରହର
କରୁନା ତୁ ଯେବେ ଚାଲ ବୁଲ
ଏବେ ଏବେ ଯେବେ ହୁରି ପଡିଛି ସେବେ l
ଭିଡ଼ କେତେ ଦେଖି ଛୁଇଁବାକୁ ତତେ
ତୁ କାଳେ ନୁହଁ କାହା ସମତୁଲ
ତୋ ଡେଣା ଦୁଇପଟେ ସ୍ୱୟଂ ଜଗନ୍ନାଥ
କରୁଛି ହୁଲସ୍ତୁଲ ଓ କମାଲ l
ସଂବାଳୁଆରୁ ପ୍ରଜାପତି ନା ପ୍ରଜାପତି
ସଂବାଳୁଆ ହୁଏ ଭାବି ଭାବି
ମୁଁ ପକାଏ ପାହୁଲ
ସଂବାଳୁଆ ହେବା କାଳେ, ସବୁଜିମା ଖାଇ l
କଲୁ କେମିତି ଜମା ଖାତାରେ ପୁଣ୍ୟ ଅସୁଲ
କେଜାଣି ପ୍ରଜାପତି କି କିମିଆ
ଜାଣିଲୁ କେମିତି
ସୁନ୍ଦରୀ ଝିଅ ସବୁ କରନ୍ତି ତତେ ଏତେ ଗେଲ l
ମତେ ଇର୍ଷା ଜାଗେ ତତେ,ମତେ କିଏ କେମିତି
ଟିକେ ପାଆନ୍ତା ନି ଏକଦମ ଭଲ
ମହୁଆ ଚାଲି ପକାଇ ମହୁଲି ସୋଡ଼କେ ପିଇ
ଗୋଟେ ଦିନ କିଛି କ୍ଷଣ କରନ୍ତି ଧମାଲ l
ପ୍ରଜାପତି ଆ ନିତି ବସିବା ମକର
ଆସୁଛି ପୋଙ୍ଗଲ
ମକର ସଂକ୍ରାନ୍ତି କୁହନ୍ତି ଗୁଡ଼ି ଉଡାନ୍ତି
ପ୍ରଜାପତି ପରି ଗୁଡ଼ି ତୋ ନାମରେ ବେହାଲ l
