STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ବାୟା ବସା

ବାୟା ବସା

2 mins
187


ଶିକାରୀ ତୁଣୀର ପରି ଦିଶେ ସୁଶୋଭନ

ତାଳ ଗଛ ଡ଼ାଳ କୋଳେ ବାୟା ବସା ମାନ

ଶତ ଶତ ତୁଣିର କୁ ଧରି କି ଶିକାରୀ

ରହିଛି ପ୍ରସ୍ତୁତ ହୋଇ କି ଶିକାର ପାଇଁ ।l


ଦୂରରୁ ଦିଶଇ ଯଥା ସମର ଉନ୍ମୁଖି

ଶତ ଶତ ତୋପ ମାଳା ସର୍ଜିତ ରହିଛି

ଦର୍ଶନରେ ଲାଗୁ ଥିଲା ଅତି ଆଚମ୍ବିତ

କରୁ ଥିଲା ଜନ ମନ ପ୍ରାଣ କୁ ଚକିତ ।l


କେଡେ କମ କଉଶଳେ ସୂକ୍ଷ୍ମ କାରିଗରୀ

ଚଟିଆ ମାନଙ୍କ ବସା ନିରିମାଣ ଶୈଳୀ

କାଠି, କୁଟା, ପତର କୁ ଗୋଟାଇ ଗଢନ୍ତି

ଦୂରୁ ଦେଖିଦେଲେ ଲାଗେ ଅପାର ତୃପତି ।l


ଝଡି, ବାତ୍ୟା ବଢ଼ି ବନ୍ୟା ପ୍ରଭାବ ମୁକତ

ବ।ୟା ବସା ମାନ ସଦା ଥାଏ ସୁରକ୍ଷିତ

କେଡେ ଟିକି ଜୀବ ଟିଏ ହେଲେବି ଚଢ଼େଇ

ଚମତ୍କାର ସୁସୁନ୍ଦର ବସା ଥାଏ ଗଢି ।l


ପବନ ବହିଲେ ଝୁଲି ଝୁଲି ବାୟା ବସା

ଦୋହଲି ଦୋହଲି ଲାଗେ କେତେ ମନ ଲୋଭା

ସୂର୍ଯୋଦୟ ହେଲେ ନିଦ୍ରା ତେଜି ଦଳ ଦଳ

ଚରିବାକୁ ବାହାରନ୍ତି କରି କୋଳାହଳ ।l


କିଚିରି ମିଚିରି ରାବେ ରାବି ମନୋହର

ଫୁରୁ ଫ୍ୟୁରୁ ଉଡ଼ି ଯାନ୍ତି ଝାଡି ନିଜ ପର

ସୁଦୂର ଗଗନ ପଥେ ଖାଦ୍ୟ ଅନ୍ୱେଷଣେ

ସକାଳ ବେଳା ରେ ଯାନ୍ତି ପୁଲକିତ ମନେ ।l


ସୁଦୂର ରୁ ସେହି ଦୃଶ୍ୟ ଆମୋଦ ଜନ୍ମ।ଏ

ବାୟା ବସା ଚିମିନି ର ପରି ଦେଖା ଯାଏ

ପ୍ରତୀତ ହୁଅଇ ସତେ , ଶତ ଶତ ହ୍ରଦ

ବିନା ମେଘେ ଆହା ରଙ୍ଗେ ଖେଳି ବୁଲେ କି ବା ।l


କି ଅବ। ଧୂମ ଉଦ୍ଗ।ରୀ ଶତ ଶତ ଜିହ୍ୱ

ଉଠୁ ଅଛି ଆକାଶ କୁ ଜିହ୍ୱା ଲହଲହ

ଦିନ ଯାକ ଚରି ବୁଲି ଗୀତ ଗାଇ ଗାଇ

ଅନ୍ୟ ଜୀବ ମନ ପ୍ରାଣେ ଆନନ୍ଦ ସାଞ୍ଚାରି। ।l


ସାୟାହ୍ନ ସମୟେ ସର୍ବେ ଫେରିଣ ସେଠାବେ

ଚଞ୍ଚୁ ରେ ଆଣି କି ଖାଦ୍ୟ ସାଇତି ରଖିବେ

ସୂର୍ଯ୍ୟାସ୍ତ ସମୟ ପୁଣି ଦିଶେ ମନୋହର

ଦଳ ଦଳ ହୋଇ ଯେବେ ଆସନ୍ତି ସେ କାଳ ।l


ଏଇ ମାତ୍ର ପାଞ୍ଚ ଦଶ ବରଷ ମଧ୍ଯ ରେ

ଚଟିଆ ମାନେ କି ସତେ ଲୋପ ପାଇ ଗଲେ

ହସ , ରସ, ଦୃଶ୍ୟ, ଭାସ,କଉତୁକ ବିସ୍ମୟ

 ପ୍ରକାଶ ଯେ ହରୁ ଥିଲେ ମାନବ ହୃଦୟ ।l


ଶିକାରୀ ସାଜି ସେ କରି ଶିକାର ସଭିଙ୍କୁ

ନାଶି ପକାଇଛି ଆଜି ନାହାନ୍ତି ଯେହେତୁ

ଗଛ ବି ନାହିଁ ତ କାହିଁ ଚଢ଼େଇ ବି ନାହିଁ

ଲୋପ ପାଇ ଯାଇ ଅଛି ପ୍ରକୃତି ର କାନ୍ତି ।l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance