STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଅମୃତ ବେଳା ପାଳନର ଅବକାଶ କାହିଁ

ଅମୃତ ବେଳା ପାଳନର ଅବକାଶ କାହିଁ

2 mins
203

ସ୍ୱରାଜ୍ୟ କହେ ସିଦ୍ଧାନ୍ତ ପୂର୍ବରୁ ଭାବିବା, ସବୁଠାରୁ 

ଦୁର୍ବଳ ଶ୍ରେଣୀର ଲୋକର କି ଉପକାର ହେବ 

ଅର୍ଥନୈତିକ ବୈଷମ୍ୟ ବୃଦ୍ଧି ପାଉଛି, ଯୋଜନା କିନ୍ତୁ

ଗରିବର ସ୍ଵର କିପରି ହେବ କ୍ଷୀଣ ଓ ନିଷ୍ପ୍ରଭ ।


ନୀତି ଆୟୋଗ ଅନୁସାରେ ୨୫.୧% ଭାରତୀୟ 

ଲୋକ ବହୁମୁଖୀ ଦାରିଦ୍ର୍ୟ ଦ୍ଵାରା କବଳିତ

ବିଶ୍ୱର କ୍ଷୁଧା ସୁଚକାଙ୍କରେ ୧୧୬ ଟି ଦେଶ ମଧ୍ୟରେ 

୧୦୧ ତମ ସ୍ଥାନରେ ଅଛି ଭାରତ ।


୨୦୧୯ ରେ ୬୯.୪% ଭାରତୀୟ ଥିଲେ ସୁସ୍ଥ ଖାଦ୍ୟ

ପାଇବାକୁ ଅସମର୍ଥ

ସେମାନଙ୍କ ସଂଖ୍ୟା କିପରି ୨୦୨୦ ରେ ୭୦.୫%କୁ 

ହୋଇଛି ବୃଦ୍ଧି ତ ।


ସ୍ୱାଧୀନ ହୋଇଛେ, କୋଟି କୋଟି ଲୋକ ଆଜି 

ନୁହଁନ୍ତି କି ବେକାର ଓ କ୍ଷୁଧିତ ?

ହେଉ ନାହାନ୍ତି କି ଅର୍ଥାଭାବେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି

ସବୁ ମୌଳିକ ସେବାରୁ ବଞ୍ଚିତ ।


ଖବର କାଗଜରେ ପାଉ ସବୁଦିନ, ମହିଳାମାନେ 

ହୁଅନ୍ତି ଦୁଷ୍କର୍ମର ଶିକାର  

ଶିକାର ହୁଅନ୍ତି ମୋ ଦେଶର କେତେ କେତେ

ଭଉଣୀ ଯୌତୁକ ନିର୍ଯ୍ୟାତନାର ।


ବହୁ ବୃଦ୍ଧ, ବୃଦ୍ଧା, ବାର୍ଦ୍ଧକ୍ୟ ଅବସ୍ଥାରେ ପିଲାଙ୍କ 

ଦ୍ଵାରା ହୁଅନ୍ତି ଉପେକ୍ଷିତ

କି ପ୍ରକାର ଅମୃତ ବେଳା ଆସିଛି ଆମେ ତ 

ଗରିବୀରେ ଛଟପଟ ।


ଶବଦାହ ପାଇଁ ଆମ ଲୋକ ଧାଡି ବାନ୍ଧିଥିଲେ 

କୋଭିଡ -୧୯ ସଙ୍କଟ ସମୟରେ 

ଶ୍ମଶାନର ଧୂଆଁ ଆକାଶକୁ ଆଚ୍ଛାଦିତ କରିଥିଲା, 

ସେହି ଅତୀବ ଦୂର୍ଦ୍ଦିନ ସମୟରେ ।


୮୪% ପରିବାରଙ୍କ ଆୟ ହ୍ରାସ ପାଇଲା, ଗଲେ

 ୪.୬ କୋଟି ଲୋକ ଦାରିଦ୍ର୍ୟର ଗହ୍ଵରକୁ 

କୁହ ଭାରତରେ ବିଲିୟନେୟାରଙ୍କ ସଂଖ୍ୟା କିପରି 

୪୦ରୁ ବୃଦ୍ଧିପାଇଲା ୧୪୨କୁ ।


ସେମାନଙ୍କ ସମ୍ପଦ ୨୩. ୧୪ ଲକ୍ଷ କୋଟି 

ଟଙ୍କାରୁ ଦୁଇଗୁଣିତ ହେଲା 

୩୩% ସମ୍ପଦ, କ୍ରେଡିଟ ସୁଇସର ରିପୋର୍ଟ, 

୧% ଧନିକ ଶ୍ରେଣୀଙ୍କ ହାତେ ରହିଲା ।


କଳା ଟଙ୍କା ବିଦେଶେ, ଟିକସ ଫାଙ୍କି, ବ୍ୟାଙ୍କ୍ ଜାଲିଆତି, 

ଋଣ ରାଇଟ ଅଫ, ଟିକସ ରିହାତି ଚାଲିଛି

୨୦୨୧-୨୨ ରେ ଭାରତରେ କର୍ପୋରେଟ ମାନଙ୍କ ଲାଭ 

ବୃଦ୍ଧିପାଇ ଜିଡିପିର ୪.୩ ପ୍ରତିଶତ ହୋଇଛି ।


ଗଣ ଦୁଷ୍କର୍ମ ଓ ହତ୍ୟା ଦୋଷରେ ଅଭିଯୁକ୍ତ ୧୧ 

ଜଣଙ୍କୁ ଗୁଜରାଟ ସରକାର ମୁକ୍ତ କରିଦେଲେ

ଭୁଲ ହେବକି ଦୁର୍ନୀତିଗ୍ରସ୍ତ ଓ ଅପରାଧୀଙ୍କ ପାଇଁ 

କଣ ଅମୃତ ବେଳ ଆସିଛି ବୋଲିଲେ ।


ମୁହେଁ ଗରିବ, ଅବହେଳିତ କଥା, କାର୍ଯ୍ୟରେ ପୁଞ୍ଜିପତି, 

ଶିଳ୍ପପତିଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦିଆ ଚାଲିଛି

ମନେ ଲାଗେ ଧନୀ, କର୍ପୋରେଟ, ଓ କ୍ଷମତାଶାଳୀଙ୍କ 

ପାଇଁ ତ ଏହି ଅମୃତ ବେଳା ଆସିଛି ।


ସ୍ଵାଧୀନତା ଦିବସ ପାଳନ ସମୟ ଅବଲୋକନ କଲେ,

ମୌଳିକ ଲକ୍ଷରୁ ଦୂରେଇ ଯାଉନି କି

କେବଳ ପ୍ରଚାରରେ ବ୍ୟସ୍ତ ରହି, ସ୍ଵାଧୀନତା ଭାବାବେଗ

ରୁ ଫାଇଦା ଉଠାଇବା ଲକ୍ଷ୍ୟ ନୁହେଁ କି ।


ଲୋକଙ୍କର ଭାବାବେଗରୁ ରାଜନୈତିକ ଚାଲ୍ ରେ 

କେତେ ମନଭୁଲାଣିଆ କଥା କହୁଛନ୍ତି

ପ୍ରଚାର ମାଧ୍ୟମରେ ଲୋକଙ୍କୁ ଭ୍ରମିତ୍ କରି ନିଜର

ବିଫଳତା ଲୁଚାଇବା ପ୍ରଚେଷ୍ଟା କରୁଛନ୍ତି ।


ଭାଷା ତତ୍ତ୍ୱରେ ଅମୃତ ବେଳା ମାନେ ଆମେ 

ସରବେ ଜାଣୁ ଶୁଭ ମୁହୂର୍ତ୍ତ

ତେଣୁ ପ୍ରଶ୍ନ ଆସେ ମନରେ, କାହାପାଇଁ ଆସିଛି,

 କି ପ୍ରକାର ଶୁଭ ମୂହୁର୍ତ୍ତ ।


ହେ ସରକାର କେବେ ଚିନ୍ତା କରିଛ କି ପେଟ 

ପୋଡିଗଲେ ସବୁ ଅନ୍ଧାର

ପ୍ରଜାଂକୁ ଦୁଃଖରେ ରଖି କିପରି ପାଳନ କର ହେ 

ଏଇ ଅମ୍ବୃତ ମହୋତ୍ସବର ।


ଆସିବ ସେଦିନ ଅମ୍ବୃତବେଳ ଦୁର୍ନୀତି କାଳିମାର 

ଚେର ଭାରତୀୟ ସମାଜରୁ ହଟିଯିବ

ଦେଶୀ ଶୋଷକଙ୍କୁ, ଶୋଷଣ ପଦ୍ଧତିକୁ, ଶୋଷଣ 

ତନ୍ତ୍ରକୁ ଭାରତ ମାଟିରେ କବର ଦିଆହେବ ।


ଶୋଷଣ, ଲୁଣ୍ଠନ, କଷଣ ଦେଶରୁ ହଟିନି, ଶାନ୍ତି, 

ମୈତ୍ରୀ ଓ ଏକତା ହାସଲ ପାଇଁ, 

ତେବେ ଦେଶପ୍ରେମୀର ବିଳାସ ବ୍ୟସନ ଓ ଅମୃତ 

ବେଳା ପାଳନର ଅବକାଶ କାହିଁ ।


Rate this content
Log in

Similar oriya poem from Action