ଅଭିନୟର ମୁଖାକୁ ଉତ୍ତାରିବାକୁ ହେବ
ଅଭିନୟର ମୁଖାକୁ ଉତ୍ତାରିବାକୁ ହେବ
ସଂସାରରେ ଜୀବନର ପଥ ତ ଉଠାଣି
ଗଡାଣି ଭିତରେ
ଚାଲିଛି ସଂସାର, ଲେଖୁଛି ଏ କବିତା ମୁଁ
ବହୁ ଆବେଗରେ |୧|
ଶ୍ରମିକଟିଏ ତାର ଶ୍ରମର ସାର୍ଥକତା କେତେ
ଯେ ପାଇଛି
ନାହିଁ ତାର ଖାତାରେ ହିସାବ, ନା ସେ ସରଳ
ମଣିଷ ତାହା ରଖିଛି |୨|
ଶ୍ରମିକଟିଏ ଚାଲି ନାହିଁ କେବେ ସ୍ୱାର୍ଥ ଓ ଛଳନା
ଭିତରେ
ସେ ପରା କେବେ ଥକି ପଡି ନାହିଁ ତାର ଜୀବନ
ଯୁଦ୍ଧରେ |୩|
ଝୁଣ୍ଟି ପଡି ପୁଣି ଉଠି, ସେ କଷ୍ଟ ଓ ଯନ୍ତ୍ରଣା
କେତେ ଭୋଗିଛି
ଆସିଛି ଦିନେ ଭଲରେ ବାହୁଡ଼ି ଯିବି ବୋଲି,
ଆଶା ରଖିଛି |୪|
ମାଂସରୂପୀ ସିମେଣ୍ଟରେ, ତାର ସ୍ବେଦର ବାଲି
କଣାରେ,
ଯୋଡିଥାଏ ଇଟା ନିଜର ହାଡ଼ ପଞ୍ଜରା ଦେଇ
ଲୁହ ଓ ଲହୁରେ |୫|
ସ୍ୱପ୍ନର ଆକାଶ ଛୁଆଁ ଛାତ ମନ ଭିତରେ ଭରି
ଥାଏ ତାର,
ଭାବେନା ଅନ୍ୟ ମଣିଷ ଦ୍ୱାରା ହେବ ଶୀକାର
ଶୋଷଣ ଅତ୍ୟାଚାରର |୬|
ସେ ଘର ତୋଳେ, ଖାଦ୍ୟ ଯୋଗାଏ, କିନ୍ତୁ
ତାର ହୁଏ ତ ସର୍ବନାଶ,
ତା ଉପରେ ଜମିଦାର, ଠିକାଦାର ଓ ମାଲିକର
ହୁଏ ତ ସନ୍ତ୍ରାସ | ୭|
ତାର ସପନର ଘରଟିଏ ତ ହୋଇନି, ସେ
କଅଣ ଜାଣିଛି,
ତାର ଶ୍ରମର ଶୋଷଣରେ, ତାହାର ସ୍ୱପ୍ନ
ସପନରେ ଅଛି |୮|
ଅତ୍ୟାଚାରୀ ଓଠରେ, ଭଜୁଥାଏ ନାମ
ରାମ ଓ କୃଷ୍ଣର
ଲୁଚାଇବାକୁ ତାର ସମସ୍ତ କଳା ଶୋଷଣ
ଓ ଅତ୍ୟାଚାର |୯|
ଶ୍ରମ ପ୍ରତି ତ ଥିଲା ତାର ପ୍ରେମ, ସାଧନା
ଓ ଆରାଧନା,
ନିର୍ବିକାରେ ସମସ୍ତ ନିନ୍ଦା ଅପମାନର କରେ
ସେ ସାମନା |୧୦|
କଣ୍ଟକିତ ପଥର ଯାତ୍ରୀ ସେ ତ, ଜାଣେନା
କିଏ ସେ ନାଗର,
ତାର ଶ୍ରମର ମୂଲ୍ୟକୁ ଚୋରାଇ ନିଏ ସେ
କଳା ଯାଦୁଗର |୧୧|
ଆମେ ଦେଖିଛେ, ପ୍ଲାଟୋ, ଆରିଷ୍ଟଟଲ୍,
ଏ ସୃଷ୍ଟି ଭିତର
କାର୍ଲ ମାର୍କସ, ଗାନ୍ଧି, ଗୋପବନ୍ଧୁ, ଭଗତ୍
ସିଂ ପରି କେତେ ନର |୧୨|
ଦେଖି ପାରୁଛେ ସେମାନେ କିପରି ଜାଜୁଲ୍ୟ
ମାନ ହୋଇଛନ୍ତି
ସେମାନଙ୍କର ଜ୍ଞ୍ୟାନଦୀପର ଆଲୁଅ ଆଜି ହୁତୁ
ହୁତୁ ହୋଇ ବି ଜଳୁଛି |୧୩|
ସୃଷ୍ଟିରେ ଆମେ ଦେଖିଛେ ବହୁ ଅତ୍ୟାଚାରୀ
ରାଜା ରାଜୁଡାଙ୍କୁ
ସାମନ୍ତବାଦୀ, ସାମ୍ରାଜ୍ୟବାଦୀ, ପୁଂଜିବାଦୀ
ରକ୍ତମୁଖା ମଣିଷଙ୍କୁ |୧୪|
କେତେ ମାନବ ହୋଇ ଦାନବ, ପାଲଟି
ଥାନ୍ତି ମିଛର ଈଶ୍ୱର,
ପୋତି ହୋଇ ଯାଇଛି ସେମାନଙ୍କ ଅତୀତ
ଘନ ଅନ୍ଧାର ଭିତର |୧୫|
କିଛି କପଟୀ ଲୋକ, ମହାମାନବଙ୍କର
ଅମୂଲ୍ୟ ଚିହ୍ନ ସବୁକୁ
ସରେ ପୃଷ୍ଠା କାଗଜର ବିଜ୍ଞ୍ୟାପନ, ଦେଇ
ସାମାଜିକ ଗଣ ମାଧ୍ୟମକୁ |୧୬|
ଅଣ୍ଟା ଭିଡିଛନ୍ତି ଦେଖାଇବାକୁ ସରକାରୀ
ନାଲିଫିତାର ପ୍ରହସନ,
ଆକାଶୁ ତାରା ଆଣି ତାଜମହଲ ଗଢିବା ପାଇଁ
କରନ୍ତି ପ୍ରବଞ୍ଚନାର ପ୍ରୀତି ଭୋଜନ |୧୭|
ହଁ, ହେ ରକ୍ତମୁଖା ମଣିଷ ଭାବ ନାହିଁ ମୁର୍ଖତା
ଶ୍ରମିକର ସରଳତାକୁ
ମୁଖାକୁ ଉତ୍ତାରିବାକୁ ହେବ, ଫିଙ୍ଗିବାକୁ ହେବ
ତୁମର ସେହି ଅଭିନୟକୁ |୧୭|
ଶ୍ରମିକକୁ ଜାଗ୍ରତ ହେବାକୁ ପଡିବ ସେ ମୁଖା
ଖୋଲିବାର ଦୁଆର
ଅନନ୍ୟ ଅମୃତ ସୃଷ୍ଟିର ସର୍ଜନା ପାଇଁ ସେ ମଣିଷଙ୍କୁ
ଦେବାକୁ ହେବ କବର |୧୮|
