ନମଃ ମହା ଗୌରୀ
ନମଃ ମହା ଗୌରୀ
ନମସ୍ତେ ନମସ୍ତେ ମାତ ନମଃ ମହା ଗୌରୀ
ଅଷ୍ଟମ ରାତ୍ରୀ ରେ ତୁ ଲୋ ପୂଜା ଥାଉ ଘେନି ।
ଦୁର୍ଗା ଙ୍କ ସ୍ୱରୂପ ଭାବେ ତୋତେ ଥାଉ ପୂଜି
ନମୋ ନମଃ ଦୁର୍ଗା ମାତ ନମୋ ମହା ଗୌରୀ ।
ମହା ମହା , ପାପ ତାପ ତୁ ନାଶି ପକାଉ
ସୁଖ ଶାନ୍ତି ସନ୍ତୋଷ ରେ ଭକତ ଙ୍କୁ ରଖୁ ।
ଗୌର ବର୍ଣ୍ଣ କାନ୍ତି ତୋର ଦିଶଇ ଉଜ୍ବଳି
ଧଳା ଷଣ୍ଢ , ପିଠି ରେ ଲୋ , ତୁହି ବିଜେ କରି ।
ସୁଖ ଯଶ , ଧନ ମାନ, ଶକ୍ତି , ସିଦ୍ଧି ,ଦେଉ
ମନ ବାଞ୍ଛା , ପୂର୍ଣ୍ଣ ହୁଏ ତୋର ସୁଦୟାରୁ ।
ସୁଖ ଶାନ୍ତି , ବୈଭବ ର ତୁହି ଅଧିଷ୍ଠାତ୍ରୀ
ନମୋ ନମଃ ଆଦି ମାତା ନମଃ ମହା ଗୌରୀ ।
ଚାରି ହ।ତିଆଣୀ ତୁ ଲୋ ତ୍ରିଶୂଳ ଧାରିଣୀ
ନବ ରାତ୍ରୀ କାଳେ ତୁ ଲୋ ପୂଜା ଥାଉ ଘେନି ।
ଦକ୍ଷିଣ ହସ୍ତ ରେ ଶୂଳ ଓ ଅଭୟ ମୁଦ୍ରା
ବାମ କରେ ଡମ୍ବରୁ ଓ ଯେ ବରଦ ମୁଦ୍ରା ।
ମହା ସିଦ୍ଧେଶ୍ବରୀ ତୁ ଲୋ ମହେଶ ମୋହିନୀ
ବୃଷଭ ବାହିନୀ ମା ଲୋ ତ୍ରିଶୂଳ ଧାରିଣୀ ।
ଶିବ ପ୍ରିୟା ଶିବ ବଲ୍ଲଭା ଲୋ ତୁ ସୁନ୍ଦରୀ
ମହା ମାୟି ମାତ ତୁହି , ଭକତେ ଉଦ୍ଧାରି ।
ଯାଚି ଦେଉ , ଯଶ , ଖ୍ୟାତି , ଧନ , ମାନ ,ଶକ୍ତି
ନମୋ ନମଃ ମହା ଗୌରୀ ନମୋ ଆଦି ଶକ୍ତି ।
ଅଭୟ ବରଦା ତୁ ଲୋ ସଦା ସୁପ୍ରସନ୍ନ
ପୂର୍ଣ୍ଣ କରୁ ଭକ୍ତ ଙ୍କର ବାଞ୍ଛା ଓ କାମନା ।
ନମସ୍ତେ ନମସ୍ତେ ଆଗୋ ମାତା , ଶିବପ୍ରିୟା
ଦୀନ ଜନ ପ୍ରତି ସଦା କରୁ ତୁହି ଦୟା ।
ମହା ମହେଶଙ୍କୁ ଲଭିବାକୁ ତୁ ତପସ୍ୟା
ସୁକଠିନ ତାପ ସହି କରି ଥିଲୁ ମାଆ ।
ତୋ ତପ ରେ ସୁୁପ୍ରସନ୍ନ , ହେଲେ କାଶୀ ବାସୀ
ବର ଦେଲେ , ସେ ମହେଶ , ହୋଇ କେତେ ଖୁସି ।
ପତ୍ନୀ ଭାବେ ତୋତେ କରିନେଲେ ଲୋ ଗ୍ରହଣ
କରାଇ ପବିତ୍ର ଗଙ୍ଗା ନଦୀରେ ସ୍ନାହାନ ।
ଗଙ୍ଗା ନଦୀର ସେ ପୂତ ସଲିଳ ତକ୍ଷଣ
ପରଶେ ପରି ବର୍ତ୍ତିତ ତୋ ରୂପ ଲାବଣ୍ୟ ।
ସେ ଦିନ ଠୁ ତୋ ଶରୀର ହେଲା ଗୌର ବର୍ଣ୍ଣ
ନମୋ ନମଃ ଆଦି ମାତା ଘେନ ମୋ ପ୍ରଣାମ ।
ଚାରି ହ।ତିଆଣୀ ମାଆ ତୁ ଲୋ , ମହା ଗୌରୀ
ତ୍ରିଶୂଳ ଧାରିଣୀ ମାତ , ତୁହି ଲୋ ସଙ୍କରୀ ।
ଶୈଳଜା , ସୂଳିନୀ , ଶୈଳ ଜେମା ଶୈଳ ସୂତା
ଶିବା , ଶିବାନୀ , ଭବାନୀ , ମୃଡାନୀ , ଲୋ ମାତା ।
ସର୍ବ ମଙ୍ଗଲ୍ୟ କାରିଣୀ ସର୍ବାର୍ଥ ସାଧିକା
ମହା ଶ୍ୱେତା , ମହା ଚଣ୍ଡୀ ଲୋ ତୁହି ଚଣ୍ଡିକା ।
ଅନାଦି , ଅପର୍ଣ୍ଣା , ତୁ ଲୋ ଅମ୍ବା , ଅମ୍ବ।ଳିକା
କାଳୀ , ଗୋରୀ , କାତ୍ୟାୟନୀ , ତୁହି ଲୋ କାଳିକା ।
ଭଗବତୀ , ଭଦ୍ରା କାଳୀ , ତୁ ଲୋ ମହା ମାୟା
ସାରା ବିଶ୍ୱେ ଚାଲେ ସଦା ଲୋ ତୋହରି ମାୟା ।
ବୃଷଭ ଆରୁଢ଼ା ହୋଇ ହେଉ ଲୋ ପୂଜିତା
ନମୋ ନମଃ ଯୋଗ ମାୟା ନମସ୍ତେ ଲୋ ମାତା ।
ଶୁଭ୍ର ଚେଲେ ଝଳି ଦିଶେ ସୁଶୁଭ୍ର ତୋ ଅଙ୍ଗ
ଡମ୍ବରୁ ବାଦ୍ୟ ସୁଦିବ୍ୟ ନାଦ ଦିଏ ଦମ୍ଭ ।
ନମସ୍ତେ ହଇମ ବତୀ ହିମାଳୟ ସୂତା
ନାସିକା ରେ ଶୋଭା ତୋର ସୁଦିବ୍ୟ ମୁକୁତା ।
ଅଭୟ ଦାୟିନୀ ତୁ ଲୋ ସର୍ବ ସିଦ୍ଧି ଦ।ତ୍ରୀ
ସର୍ବାର୍ଥ ସାଧିନୀ ମାତ ନମୋ ମହା ଗୌରୀ ।
