ବାପାଙ୍କ ଚିଠି
ବାପାଙ୍କ ଚିଠି
ସପ୍ତାହକୁ ବାପା ଲେଖୁଥିଲେ ଦୁଇଖଣ୍ଡ
ଯେଉଁ ଚିଠି,
ଚିଠିରେ ସାଇତା ପ୍ରତିଟି ଶବ୍ଦ ବିନ୍ୟାସ
ଏବେବି ହୃଦୟେ ରହିଛି ଲାଖି l
ଭାବିଛି କେତେ ମୁଁ ସେ ଚିଠି ସବୁକୁ ନେଇ
ବହିଟିଏ କରି ପରପିଢ଼ି ପାଇଁ
ରଖିଥାନ୍ତି କରି ସାକ୍ଷୀ l
ଚିଠିର ଭାଷା ଓ ସାହିତ୍ୟ ମଧ୍ୟରେ ଆଦେଶ
ଶ୍ରଦ୍ଧା ସ୍ନେହ ସବୁ ମାଖି
ମୋ ବାପାଙ୍କ ପୋଷ୍ଟ କାର୍ଡ, ଇନଲାଣ୍ଡ ଲଫାପା
ରଖିଛି ସମ୍ମାନ ଅତର ମାଖି l
ପୃଷ୍ଠା ଓ ଅକ୍ଷର କେତେକ ଲିଭି ଆସିଲାଣି
ତଥାପି ତା ପ୍ରତିଛବି
ସାମାଜିକ ସ୍ଥିତି ସାଂସ୍କୃତିକ ପରିସ୍ଥିତି ସମ୍ମିଳିତ
ଲୁହ ଲହୁରେ ଭରେ ଆଖି l
ସେଇବେଳ ସ୍ମୃତି ମନ ତଳେ କେଉଁଠି କେମିତି
ରହିଯାଇଛି ଛପି ଦେଖି
ଭାବେ ମୁଁ ବି ଲେଖିବି ସ୍ନେହ ପରଶରେ ଶ୍ରଦ୍ଧା ଭିତରେ
ମୋ ପିଲାଙ୍କ ପାଇଁ ଯିବି ରଖି l
ପିଲାଏ ହୁଡ଼ିବେନି ପଥ,ପାଥେୟ, ସଂସ୍କୃତି
ବୁଝେଇ ଯା ଯିବି ଲେଖି
ମୋ ନିଜ ପିଲା ନୁହେଁ ପ୍ରତିଟି ପିଲାର ମାଆ ହୋଇ
ନିଶ୍ଚୟ ଲେଖିବି ଶିଖି l
ଜବାହାର ଲାଲ ଲେଖିଥିଲେ ସର୍ବେ ଜାଣନ୍ତି
ଝିଅ ହେଲା ଉଜ୍ଜ୍ୱଳ ମୁଖି
ମୋ ବାପାଙ୍କ ଚିଠି ହୃଦୟ ଫଟାଏ ଶୃଙ୍ଖଳା ଶିଖାଏ
ମୁଁ ତ ଯାଇଛି ସମୟନୁବର୍ତ୍ତିତା ଦେଖି ଶିଖି l
ମୋ ଚିଠିରେ ଲେଖିବି ପ୍ରକୃତିକୁ ଭଲପାଇ
ସୃଷ୍ଟି ଓ ସ୍ରଷ୍ଟା ପସରସ୍ପରକୁ ନିଅ ପରଖି l
