ଜୀବନ ଦୋଳି
ଜୀବନ ଦୋଳି
ସମୟର କରାଳ ଗର୍ଭେ ପ୍ରତିଦିନ ସମ୍ପର୍କର
ନୂଆ କଳିକା ନୂତନ ରୁପ ନିଏ
ତେଲ ଲୁଣ ଜୀବନ ଦୋଳିର କଷାଘାତେ କେତେ
କ୍ରୋଧ ପ୍ରେମ ଜିଦ୍ ଅଭିମାନ ସୃଷ୍ଟି ହୁଏ ।
ସମସ୍ତେ ମନରେ ଚାହାଁନ୍ତି କୋଇଲିର କୁହୁ
ତlନ ଶୁଭୁ ପ୍ରତିଦିନ
ବସନ୍ତର ବାସ୍ନା ଭରି ଉଠୁ ଫଗୁଣର ରଙ୍ଗ
ହେଉ ଜୀବନେ ସବୁଦିନ ।
କିନ୍ତୁ ସବୁ କଥା ପୂରଣ ହୁଏନି, ସପନ ଖାଲି
ସ୍ମୃତି ହୋଇ ରହିଯାଏ
ବିଧବାର ଲଲାଟରେ ଦାରୁଣ ଅସ୍ତରାଗ ପରି
ଅଫେରା ନଦୀ ହୁଏ ।
ମଣିଷ ତ ଅଟେ ସ୍ୱାର୍ଥପର, ଆଘାତ ଲାଗିଲେ
ନିଜର ସ୍ୱାର୍ଥରେ
ପଛାଏ ନାହିଁ ଭାଇ, ଭଉଣୀ, ବନ୍ଧୁ ମାନଙ୍କୁ
ଆଘାତ ଦେବାରେ ।
ଦୁନିଆରେ ଜନ୍ମ ହୋଇଛେ, ଦିନେ ନା ଦିନେ
ମୃତ୍ୟୁ ନିଶ୍ଚିତ
ଶାସ୍ତ୍ର ପୁରାଣ ପୁସ୍ତକ ଦେଖ, ଏଇତ ଏକ ମାତ୍ର
ଧୃବ ସତ୍ୟ ।
ଦୁଃଖ ସୁଖ ରହିବ, ତେଣୁ ଦୁଃଖ ସମୟରେ
ଧୈର୍ଯ୍ୟ ଧରିବା
ବୁଦ୍ଧିମାନ ମଣିଷ, ରହିବା ଯେତେଦିନ କର୍ତ୍ତବ୍ୟ
କରି ଚାଲିବା ।
ପୃଥିବୀରେ ଯେତେ ଦିନ ଯାଏଁ ଅନ୍ୟକୁ ଦେଇ
ଚାଲି ଥିବା
ସେମାନଙ୍କଠାରୁ ପ୍ରେମ, ସ୍ନେହ, ଶ୍ରଦ୍ଧା ଓ ଭକ୍ତି
ଆଦି ପାଉଥିବା ।
ରାଜା ମହାରାଜା, ଜ୍ଞାନୀ, ମାନୀ, ପ୍ରଜା,
ଧନୀ ଅବା ଗରିବ
ସ୍ଵାର୍ଥର ବନ୍ଧନରେ ସମସ୍ତେ ବନ୍ଧା, ଇହଧାମରୁ
ଦିନେ ବିଦାୟ ନେବ ।
ବାଳକ, ଯୁବକ ଅବା ବୃଦ୍ଧ, ଶରୀରରୁ ଶେଷ
ନିଶ୍ୱାସ ଗଲେ ଉଡ଼ି
ଜୋରରେ କିଛି ସମୟ କାନ୍ଦିବେ, ସମସ୍ତଙ୍କ ମନ
ରୁ ମଧ୍ୟ ଯିବା ଉଡି ।
ଶରୀର ନିରୋଗ ଓ ଜୀବନ ଥିବା ଯାଏ ପ୍ରେମ
ପ୍ରୀତି ଘୃଣା ରହିବ
ଦୁନିଆରେ କେହି କାହାର ନୁହଁନ୍ତି, ଜୀବନ ଶେଷ
ତ, ସବୁ ଶେଷ ହେବ ।
ଆପେ ବଞ୍ଚିଲେ ବାପର ନାଁ, କଥାଟି ମୁଁ ଛୁଆଟି
ଦିନରୁ ଶୁଣିଛି
ଭୁଲ ହୋଇପାରେ, କାହିଁକି କଥାଟି ରହିଛି,
ତାର ପର୍ଯ୍ୟାଲୋଚନା କରିଛି ।
