STORYMIRROR

Chittaranjan Nanda

Abstract Action Inspirational

3  

Chittaranjan Nanda

Abstract Action Inspirational

ନଷ୍ଟସ୍ୟ କାନ୍ୟ ଗତି, ଦେଶର ସ୍ଥିତି

ନଷ୍ଟସ୍ୟ କାନ୍ୟ ଗତି, ଦେଶର ସ୍ଥିତି

2 mins
164


ସମାଜର ମଣିଷକୁ ପଥ ପ୍ରଦର୍ଶିତ କରାଏ ପରା

ସର୍ବଦା ବ୍ୟବହାରିକ ଜ୍ଞାନ

ଶିକ୍ଷା ପରା ଶିକ୍ଷିତ କରିଛି, ମଣିଷର ଜୀବନରେ

ବିଭିନ୍ନତାରେ ଏକତାକୁ ଦଉଛେ କି ଧ୍ୟାନ |୧|


ପ୍ରତିଭା ବଳି ପଡୁଛି ବିଭିନ୍ନ କ୍ଷେତ୍ରେ ସଂରକ୍ଷଣ ଓ

ଭାଇ ବନ୍ଧୁ ତୋଷଣରେ

ଶିକ୍ଷା ପରା ଶିକ୍ଷିତ କରିଛି, ଯୁବ ପୀଢ଼ିଙ୍କୁ ନଷ୍ଟ 

କରୁଛୁ ନା ଭଲ କରୁଛୁ ? ଭାବ ଥରେ |୨|


ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ସାହିତ୍ୟ, କଳା, ବିଜ୍ଞାନକୁ 

ଯଦି ନଜର ପକାଉଛେ

ଶିକ୍ଷା ପରା ଶିକ୍ଷିତ କରିଛି, ଆତ୍ମନିର୍ଭରଶୀଳ

ଆମେ କେତେ ହୋଇଛେ |୩|


ଆଜି କିଛି ମଣିଷ ନିଜକୁ ଭଗବାନଙ୍କ ଅବତାର

 ବୋଲାଇ ଠକୁଛନ୍ତି

ଶିକ୍ଷା ପରା ଶିକ୍ଷିତ କରିଛି, ମୂର୍ଖଙ୍କ ପରି ଆମେ 

କିପରି ତା ପୂଜା କରନ୍ତି |୪|


ସରକାରୀ ଓ ବେସରକାରୀ ମଧ୍ୟରେ ଆଜି ଚାଲେ

ପ୍ରତିଦ୍ବନ୍ଦିତା ବିକୃତତାର ପ୍ରଭାବରେ

ଶିକ୍ଷା ପରା ଶିକ୍ଷିତ କରିଛି, ଆମେ କହିପାରୁନୁ କି 

ଲେଖିପାରୁନୁ, ଶୁଦ୍ଧ ମାତୃଭାଷାରେ |୫|


ସାହିତ୍ୟ ସର୍ବଦା ଯୋଦ୍ଧା ଭାବେ କାର୍ଯ୍ୟ କରିଛି 

ନୈତିକ ସ୍ଖଳନ ବିରୁଦ୍ଧରେ

ଶିକ୍ଷା ପରା ଶିକ୍ଷିତ କରିଛି, କ୍ଷମତା ପାଇଁ, ପଦବୀ 

ପାଇଁ ଚେଷ୍ଟିତ ନୂହେଁକି ବିନା ପ୍ରତିଭାରେ |୬|


ଦାର୍ଶନିକ ଦିଗ, ଅନୁଭବ ଲବ୍ଧ ଜ୍ଞାନ ଶିକ୍ଷା ଅଭାବେ,

ସମ୍ଭବ କି ଶୃଙ୍ଖଳିତ ଜୀବନ ଯାପନ

ଶିକ୍ଷା ପରା ଶିକ୍ଷିତ କରିଛି, ଆଜିର ଶିକ୍ଷା ନୁହେଁ କି 

ଉଦ୍ଦିଷ୍ଟ ଖାଲି ସାର୍ଟିଫିକେଟ ବଣ୍ଟନ |୭|


ଲୋକପ୍ରତିନିଧି, ସର୍ବୋଚ୍ଚ ଅବା ଉଚ୍ଚ ନ୍ୟାୟାଳୟ 

ଯଦି ନିଜର ଦାୟିତ୍ୱକୁ ନଦିଏ

ଶିକ୍ଷା ପରା ଶିକ୍ଷିତ କରିଛି, ଭାରତୀୟ ସମାଜ 

ଆଜି ଚାଲିନିକି ଭିନ୍ନ ନଷ୍ଟର ମୋଡରେ |୮|


ଫଳତଃ,

ଚାଷୀ କ୍ଷେତ ପାଇଁ କ୍ରୟ କରୁଛି କୃଷି ପାଇଁ 

ଉନ୍ନତ ପଦାର୍ଥ ଉଚ୍ଚ ଦରରେ 

ତାକୁ ପ୍ରୟୋଗ କରି ଅଧିକ ଉପାର୍ଜନ କରି 

ବିକିବ ସଠିକ ମୂଲ୍ୟରେ |୯|


କମ ମୂଲ୍ୟରେ ବିକ୍ରୟ ପାଇଁ ବାଧ୍ୟ ହୁଏ ବଡ ବଡ 

ଯେତେ ବ୍ୟବସାୟୀ କରନ୍ତି କଳାବଜାର

ସାହୁକାର ରୂଣର ସୁଧ ମୂଳ ଦେଇ ନପାରି ହୁଅନ୍ତି

କେତେ ଚାଷୀ ଆତ୍ମହତ୍ୟାର ଶିକାର |୧୦|


ସାଧାରଣ ଜୀବନ ବିତାଉଥିବା ମଣିଷ ତାର 

ରୋଜଗାର ଠାରୁ ବ୍ୟୟ ଅଧିକ କରୁଥାଇ

ଦାଦନ ଖଟୁଛନ୍ତି ବାହାର ରାଜ୍ୟରେ କେତେ 

ବେକାର ଯୁବକ ରାଜ୍ୟରେ ନିଯୁକ୍ତି ନପାଇ |୧୧|


ଜ୍ଞାନ ଆମକୁ ଶିଖାଏ ବ୍ୟକ୍ତିର ସୃଷ୍ଟି ସମାଜର 

ସମସ୍ତ ମଣିଷର ହିତରେ

ସେ ଦୃଷ୍ଟି ବିସ୍ତୃତ ପରିବର୍ତ୍ତେ ସୀମିତ ହୋଇଯାଏ, 

ଆଜିର ବ୍ୟବସାୟି ଦୁନିଆରେ |୧୨|


ସକ୍ରେଟିସଙ୍କ ବାଣୀରେ ଆମେ ପରା ବିବେକୀ ଓ

ଏକ ବିଚାରଶୀଳ ପ୍ରାଣୀ

ରୁଷୋଙ୍କ ଭାଷାରେ ବଂଚିବା ପାଇଁ ମଣିଷକୁ ଦରକାର

ଶୃଙ୍ଖଳା ଜୀବନ ଯାପନ ପ୍ରଣାଳୀ |୧୩|


ଧ୍ବଂସ ହଉନେକି ଆଜି ଆମେ ଭାରତୀୟ ଦଳୀୟ ପ୍ରେମ, 

ତୁ ମୋର ମୁଁ ତୋର ପ୍ରେମ କରିବାରେ

ପୁଂଜିବାଦ ପ୍ରଭାବରେ ଅପସଂସ୍କୃତିକରଣ, ଅମଣିଷତ୍ୱ

ସୃଷ୍ଟ ଧାରାକୁ ପ୍ରତିହିତ କରିବାକୁ ହେବରେ |୧୪|



Rate this content
Log in

Similar oriya poem from Abstract