STORYMIRROR

Prahallad Sahoo

Abstract Action Classics

3  

Prahallad Sahoo

Abstract Action Classics

ମାଆ ଆଖିରେ ମୁଁ 🌈

ମାଆ ଆଖିରେ ମୁଁ 🌈

2 mins
154

ଦୂର ଦିଗବଳୟର ଆଖି

ସେ ଆଖି ବଡ ନିରିମାଖି

ସେ ଆଖି ଅଚିହ୍ନାକୁ ଚିହ୍ନି ନିଏ

ସେ ଆଖି ଅଜଣା କୁ ଜାଣିନିଏ

ସେ ଆଖି ଅଦେଖା କୁ ଦେଖି ନିଏ।।

ଦୂର ଦିଗବଳୟର ଆଖି

ସେ ଆଖି ବଡ ନିରିମାଖି

ସେ ଆଖି ଅବୁଝା କୁ ବୁଝେଇ ଦିଏ

ସେ ଆଖି ଅମାନିଆ କୁ ମନାଇ ନିଏ

ସେ ଆଖି ଅଝଟିଆ କୁ ଆକଟି ନିଏ।।

ଦୂର ଦିଗବଳୟର ଆଖି

ସେ ଆଖି ବଡ ନିରିମାଖି

ସେ ଆଖି ଅମଣିଷ କୁ ମଣିଷ କରାଏ

ସେ ଆଖି ଅତୃପ୍ତ କୁ ତୃପ୍ତ କରାଏ

ସେ ଆଖି ଅଛୁଆଁ କୁ ଛୁଇଁଯାଏ।।

ଦୂର ଦିଗବଳୟର ଆଖି

ସେ ଆଖି ବଡ ନିରିମାଖି

ସେ ଆଖି ଅନ୍ଧାର କୁ ଆଲୋକିତ କରେ

ସେ ଆଖି ଅନ୍ଧ କୁ ଆଲୋକ ଦେଖାଏ

ସେ ଆଖି ଅମାବାସ୍ୟାର ବି ଚାନ୍ଦ ଦେଖାଏ।।

ଦୂର ଦିଗବଳୟର ଆଖି

ସେ ଆଖି ବଡ ନିରିମାଖି

ସେ ଆଖି ଭୋଖିଲାର ପେଟ ଦେଖିପାରେ

ସେ ଆଖି ମନ ତଳର ବେଦନାକୁ ପଢିପାରେ

ସେ ଆଖି ଆଖି ଭିତରର ଲୁହକୁ ବି ଭେଟିପାରେ।।

ଦୂର ଦିଗବଳୟର ଆଖି

ସେ ଆଖି ବଡ ନିରିମାଖି

ସେ ଆଖି ତାତିଲା ଦେହର ଉତ୍ତାପ କୁ ମାପିପାରେ

ସେ ଆଖି କହିପାରୁ ନଥିବା ଭାଷାକୁ ବି ବୁଝିପାରେ

ସେ ଆଖି ହସି ପାରୁନଥିବା ଓଠରୁ ଦୁଃଖ ଦେଖିନିଏ।।

ଦୂର ଦିଗବଳୟର ଆଖି

ସେ ଆଖି ବଡ ନିରିମାଖି

ସେ ଆଖି ଅସ୍ପୃଶ୍ଯ କୁ ସ୍ପର୍ଶ କରିଯାଏ

ସେ ଆଖି ଅନିଶ୍ଚିତକୁ ନିଶ୍ଚିତ କରିଦିଏ

ସେ ଆଖି ଅବାଟକୁ ବାଟ ବନେଇଦିଏ।।

ଦୂର ଦିଗବଳୟର ଆଖି

ସେ ଆଖି ବଡ ନିରିମାଖି

ସେ ଆଖି ଯୋଜନ ଦୂରୁ ନିଜ ରକ୍ତର ଦୁଃଖ-ସୁଖ ଦେଖିନିଏ

ସେ ଆଖି ଦିଗବଳୟ ସେପଟୁ ଆତ୍ମୀୟତାକୁ କୋଳେଇ ନିଏ

ସେ ଆଖି ମୃତ୍ୟୁ ପରେ ବି ସେପାରିରୁ ଆଶୀର୍ବାଦ ଦିଏ।।

ସେ ଆଖି ଅତି ଆପଣାର ଆଖି

ସେ ଆଖି ସ୍ନେହ ମମତାର ଆଖି

ସେ ଆଖି ଆଦ୍ଯ ରୁ ଅନ୍ତ ଯାଏ ସାଖି

ସେ ଆଖି ମୋ ମାଆର ଆଖି

ହଁ ହଁ ହଁ ସେ ଆଖି ମୋ ମାଆର ଦରଦୀ ଆଖି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract