ଶୀତୁଆ ସକାଳ
ଶୀତୁଆ ସକାଳ
ଦେହ ଥର ଥର
ମନ ହରବର
ଶୀତେ ପ୍ରକମ୍ପିତ ମନ ହୃଦ ମୋ'ର
ଦାନ୍ତ ସଙ୍ଗେ ଦାନ୍ତ ହୁଏ ଖଡ ଖଡ
ଏହି ପରା ଆମ ଅନୁଭୂତି
ଏହି ଅଟେ ଆମ ଶୀତୁଆ ସକାଳ ।
ଧାନ ବିଲେ ଚଷା ପୁଅ ମନେ
ଆସେ କେତେ ଗୀତ ସୁମଧୁର
ନାନା ରଙ୍ଗେ ଗୀତ ଗାଏ ସେ ତା'ର
କ୍ଷେତ ମୁଣ୍ଡେ ବସି
ଦେଖେ ତା ଫସଲର ଖୁସି
ସତେ ତା ଧାନ ବିଲ ତାକୁ
କୁହେ ହସି ହସି
ରେ ଚଷା ପୁଅ
କେବେ ଅଧୀର ନ ହୁଅ
ମୁଁ ତୋ ଜୀବନ
ମୁଁ ତୋ ଜୀବିକା
ମୁଁ ତୋ କଂସା ର ପଖାଳ
ମୁଁ ତୋ ସୁଖ ମୁଁ ତୋ ଦୁଃଖ
ମୁଁ ତୋ କର୍ମମୟ ଜୀବନର
ଶୀତୁଆ ସକାଳ ।
ପୌଷ ମାସର ମୁଁ ତୋ ଧାନ କ୍ଷେତ
ମୁଁ ତୋ ଶୀତ ମୁଁ ତୋ ମିତ
ମନ ହୃଦୟ ର ମୁଁ ତୋ ସାଥୀ ସଙ୍ଗାତ
ମୁଁ ତୋ ମାତୃଭୂମି ମୁଁ ମାତୃ କୋଳ
ମୁଁ ତୋ ସୁଖ ଦୁଃଖ ର ଶୀତୁଆ ସକାଳ ।
ସଞ୍ଜ ନଇଁ ଗଲେ
ସାଙ୍ଗ ଭୁଲିଯାଏ ତୋର ଉପକାର
ପ୍ରକୃତି କୋଳରେ ପ୍ରକୃତି ବୁକୁରେ
ଥିଲି ରହିଥିବି ହୋଇ ମୁଁ ତୋହର
ମୁଁ ଶୁଷ୍କ ଆର୍ଦ୍ର ଋତୁ ହେଲେ ବି
ରହିଛି ରହିବି ହୋଇ ମୁଁ ତୋହର
ମୁଁ ତୋର ସୁଖ ଦୁଃଖ ର
ଚିର ସାଥୀ ଶୀତୁଆ ସକାଳ ।
ନୀତି ମୁଁ ଭୁଲିନି ଆଦର୍ଶ ଭୁଲିନି
ଭୁଲିନି ମୁଁ ସେ କାଳ ପଖାଳ
ମୁଁ ନୁହେଁ ପୁଞ୍ଜିପତି ମୁଁ ନୁହେଁ ଉଦ୍ୟୋଗପତି
ମୁଁ ସଦା ସାଥୀ ହୋଇ ରହିଛି ରହିବି
ସର୍ବହରା ବାସହରା ଜନତାର
ମୁଁ ଶୀତୁଆ ସକାଳ
ଶୀତ ମାଧ୍ୟମେ ଗାଇବି ଗୀତ
ଶୀତ ର ମିତର
ଶୀତ ମାଧ୍ୟମେ ରଚାଇବି
ଦେଶ ମାତୃକାର
ଜାତୀୟତା ଜାତି ପ୍ରେମର
ନାହିଁ ଯେଉଁଠି ଅଶାନ୍ତି
ନାହିଁ ଭେଦ ପର ଆପଣାର
ମୁଁ ଶୀତ କହୁଛି ମୁଁ ଗୀତ ଗାଉଛି
ଶୀତୁଆ ସକାଳ ର ।
ମୁଁ ଶାନ୍ତ ସ୍ନିଗ୍ଧ
ମୋ ନୀତି ଆଦର୍ଶ ଅଟେ ମହତ୍ତର
ମଣିଷ ପଣିଆ ମାନବିକତା
ପ୍ରତୀକ ଅଟେ ମୋ
ଶାନ୍ତି ମୈତ୍ରୀ ପ୍ରଗତିର
ଧୂମାୟମାନ କୁହୁଡି
ତା ସଙ୍ଗେ ମୋ ଶିଶିର
ଥଣ୍ଡା ନିରୋଳା ଶାନ୍ତ ପରିବେଶ
ଅଟେ ମୌଳିକତା ମୋ'ର
ମୁଁ ଶାନ୍ତି ପ୍ରୀତି ମୈତ୍ରୀ ର
ବାର୍ତ୍ତା ବହ
ମୁଁ ଶୀତୁଆ ସକାଳ ।
ସମାଜ ପାଇଁ ଅଟେ ମୁଁ ଅଳସ
ମାନବ ପାଇଁ
ମୁଁ ବସାଏ ମଙ୍ଗଳ କଳସ
ନୀତି ଆଦର୍ଶ ମୋ ପାଇଁ ମହାବଳ
ଜୀଆଇଁବାର ରାହା
ଏ ଜୀବ ଜଗତ ପାଇଁ ମୁଁ ସାହା
କେ ନୁହେଁ ମୋ'ର ପର ଆପଣାର
ମୁଁ ଶାନ୍ତ ସ୍ନିଗ୍ଧ ସରଳ
ଶୀତୁଆ ସକାଳ ।
ମୁଁ ଅଟେ କୁହୁଡି କାକରର ସମାହାର
ମିତ୍ରତା ଗଢିବା ଶାନ୍ତି ମୈତ୍ରୀ ରେ ବଢ଼ିବା
ଯୁବକ ଯୁବତୀ ମାନଙ୍କ ମଧ୍ୟେ
ମୁଁ ରଚିଥାଏ ପ୍ରେମର ସମ୍ଭାର
ଋତୁ ଅଟେ ମୁଁ ଭ୍ରମଣ ରମଣ ର
ମୁଁ ଶୀତ ମୁଁ ମିତ
ଏ ଜୀବ ଜଗତର
ଗାଁ ଓ ସହରେ ସବୁଠି
ନାଁ ରେ ମୋହର
ପଡଇ ଚହଳ
ମୁଁ ଶୀତୁଆ ସକାଳ ।
