STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ଜାତୀୟ ପତାକା ତଳେ

ଜାତୀୟ ପତାକା ତଳେ

2 mins
192


ଆ ଆଉଥରେ ଡାକିଦେଲେ ଥରେ

ଅତୀତ ଆସିବ ନାହିଁ

ଜହ୍ନ ଆସିବ ସୂର୍ଯ୍ୟ ଉଇଁବ

ଯୌବନ ଫେରିବ ନାହିଁ

ଅତୀତ ଗୌରବ ଫେରୁଥିବ ନିଶ୍ଚେ

ତିଥିବାର କ୍ୟାଲେଣ୍ଡରେ ଲେଖା ଥାଇ

ଜାତୀୟ ଦିବସ ଜାନୁଆରି ଛବିଶ

ନିଶ୍ଚୟ ଫେରିବ ଦେଶ ଗୌରବ କଥା କହି

ବରପୁତ୍ର ଗାଥା କାରୁଣ୍ୟ କବିତା

ଯାଇଛନ୍ତି ଭୋଗି ଏହି ଦେଶ ପାଇଁ

ମୁଁ ତୁ ସେ ସେମାନେ ଆମେ ଫେରିବାନି ସିନା

ଏଦିନ ଫେରିବ ପର ପର ପିଢ଼ି ପାଇଁ

ଦେଶର ଶାସନ ଖସଡ଼ା ଆମ୍ବେଦକରଙ୍କ ଭୂମିକା

ଜାଣି ଜଣେଇବା ପାଇଁ

ଗାନ୍ଧୀଙ୍କ ନୀତି ଆଦର୍ଶ ମହାତ୍ମା ଗଲେ କେମିତି ହୋଇ

ତାଙ୍କ ସଙ୍ଗେ ଶାସ୍ତ୍ରୀ, ଲାଲବାହାଦୁର

 ବଲ୍ଳଭ ଭାଇ ପଟେଲ, ଲାଲ ବାଲ ପାଲ

ଇତ୍ୟାଦି ଜାତୀୟ ବୀର କଣ କରିବା ପାଇଁ

ଜନ୍ମ ହୋଇଥିଲେ ଏ ମହୀରେ

ଦେଶ ସେବା ହିଁ କରିବା ପାଇଁ

ଜାତୀୟ ପତାକା ଇତିହାସ

ଗାନ୍ଧୀଙ୍କ ନେତୃତ୍ୱ କତୃତ୍ୱ

ଭେଙ୍କୟା ପିଙ୍ଗଳଙ୍କୁ ମନେ ପକାଇବା ପାଇଁ

ବ୍ୟକ୍ତି ର ଅତୀତ ନୁହେଁ ଇତିହାସ

ମରଣରେ ନୁହେଁ କାଳଜୟୀ

ଦେଶ ମାତୃକା ପାଇଁ ବଳିଦାନ ଦେଇ

ଜାତୀୟ ପତାକା ତଳେ ପ୍ରତିବର୍ଷ ନୂଆ

ଶପଥ ରଖି କାମ କରିଯିବା ପାଇଁ

ଆଉଥରେ ଆ ଜାନୁଆରି ଛବିଶ

ଜାତୀୟ ପତାକା ତଳେ ଜୟ ହିନ୍ଦ ସ୍ୱର ତୋଳିବା ପାଇଁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract