STORYMIRROR

Rabinarayan Senapati

Action Classics Inspirational

3  

Rabinarayan Senapati

Action Classics Inspirational

ସଭ୍ୟତା

ସଭ୍ୟତା

2 mins
953

ଜୀବନର ଚଲାପଥେ

ଦେଖାହେଲେ ଅପୂର୍ବ,

କିଏ ଆପଣ, ସଭ୍ୟ ଭବ୍ୟ ଓ ଅପୂର୍ବ?

କେଉଁଠି ନିବାସ, କେତେ ବୟସ ତୁମ୍ଭର?

ମୁଁ ସଭ୍ୟତା ଏହି ଆର୍ଯ୍ୟାବର୍ତ୍ତ ଭାରତଭୂମିର,

କିଏ ଜାଣେ ବୟସ ମୋ କେତେ ବର୍ଷ!

ହୋଇଥିବ କିଞ୍ଚିତ ବେଶି ପାଞ୍ଚଟି ସହସ୍ର।


ମୁଁ ଦେଖିଲି ବେଦର ଉଷାକାଳ, ରାମାୟଣ,

ମାତା ସୀତା ଭୂମିଜା ଓ ଭୂମିରେ ପ୍ରବେଶ,

ମୁଁ ସାବିତ୍ରୀଙ୍କୁ କୋଳାଇଛି,

ମୁଁ ସାକ୍ଷୀ ଜରାଶବରର ଧନୁର୍ବାଣ, ଲତାମୂଳେ କାହ୍ନୁଙ୍କ ପ୍ରସ୍ଥାନ,

ମୁଁ ପୋଛିଛି ଅର୍ଜୁନଙ୍କ ଲୁହ, ଦେଇଛି ମେଲାଣି ଯୁଦ୍ଧିଷ୍ଠିରେ

ସ୍ବର୍ଗ ଆରୋହଣେ,

ମୁଁ ପୁରୋଧା ବିଶ୍ବାବସୁଙ୍କ ନୀଳମାଧବ ଓ ଈନ୍ଦ୍ଳଦ୍ୟୁମ୍ନଙ୍କ ଖଣ୍ଡିଆ ଦିଅଁଙ୍କୁ।


ମୁଁ ଇତିହାସର ସାକ୍ଷ୍ୟ ଦେଇପାରେ,

ଦେଖିଛି ରାଜପୁତ୍ର ହେଲେ ବୁଦ୍ଧ,

ଦେଖିଛି କଳିଙ୍ଗ ଯୁଦ୍ଧ, ଅଶୋକଙ୍କ ଧର୍ମ ଶରଣ,

ମୁଁ ଦେଖିଛି ପ୍ରିୟଭୂମି ପରେ ଅନେକ ଆକ୍ରମଣ,

ଲୁଣ୍ଠନ, କଷଣ, ଅବକ୍ଷୟ, ଭୟ, ଭ୍ରାନ୍ତି,

ସ୍ବାର୍ଥପର, ପରଶ୍ରୀକାତର,

ମୁଁ ପରାଧୀନ କ୍ରମଶଃ ଦରିଦ୍ର ଅବସ୍ଥା,

ମୁଁ ମୁକ୍ତିଯୁଦ୍ଧରେ ଦେଖିଛି ଅନେକ ବଳିଦାନ,

ମୁଁ ଦେଖିଲି ମୁକ୍ତି,

ହେଲେ ମୁକ୍ତି କାହିଁ?


ଚାଲ ପ୍ରିୟବନ୍ଧୁ ବିହରିବା ମୋ ଭୂମିରେ,

ଦେଖିନେବା ହାନୀଲାଭ।


ସଭ୍ୟତା ସଙ୍ଗେ ଚାଲିଲି,

ଏହି ଦେଖ ଚାଲିଛି ଧରପଗଡ, 

ବିଶ୍ବବିଦ୍ୟାଳୟ ଛାତ୍ରପୁଞ୍ଜେ ନିଶୁଳ୍କେ କରନ୍ତି ଗମନ,

ସତେ ତାଙ୍କ ବାପା ଅଜା ରେଳ,

ସଭ୍ୟତା ହସିଲେ, 

ଏ ହସ ସଙ୍ଗେ ଲୁଟିହୋଇଗଲା ପାଞ୍ଚଲକ୍ଷ 

ସାଇବର ଫ୍ରଡ୍ ଶୋଷିନେଲେ,

ଏହି ସେଠି ବିପଣି ମେଲିଛି ଲଳିତ ମାଂସର,

ଯଦୁବଂଶୀ ପାନରତ, କଳହରେ ଲିପ୍ତ,

ସେରମାଣ ପୁରିଯାଏ ଯୁବାବୟସରେ,

ବୃଦ୍ଧର ଶେଷଗତି ଜରାନିବାସରେ,

ସବଳ ଲୁଟିଖିଆ, ଦୁର୍ବଳ ତଳିତଳାନ୍ତ।


ରାଜଗାଦି ପାଇଁ ଲାଞ୍ଚ, ଗାଦି ଗୋସେଇଁ କରନ୍ତି ଅମଳ,

ସବୁଆଡେ ଦେଖେ ଅସାଧୁ ବେପାର,

ବେପାର ବିରୋଧ ହେଲେ ମାତୃଗର୍ଭୁ ମୃତହୁଏ ମୁକ୍ତିଉନ୍ମେଷୀ,

ଭେଜାଲ, ଭ୍ରଷ୍ଟାଚାର ଓ ଛଳନା,

ତ୍ରାହି ତ୍ରାହି ଡାକେ ନାଗରିକ,

କାନ୍ଦୁଥାଏ ବାନ୍ଧୁଥାଏ ମଧ୍ୟ,

ପକେଟ କାଟି ଆଦାୟ କରେ ସରକାର,

ଚୋରିକରି ଭରେମୁଣି ନେଇଆଣି ଥୋଇପାରେ ବୋଲି,

ସେଇଠି ମନ୍ଦିର,

ସଭ୍ୟତା ଚାଲିଲେ ଈଶ୍ବରଙ୍କ ପାଶେ,

ମୁଁ ଅଚ୍ଛବ ଅଟକି ରହିଲି,

ସଭ୍ୟତାରେ ଭେଦଭାବ କିଆଁ?

ମହାତ୍ମା, ବି ଆର୍ ପାରିଲେ କି ଆଣି ସମାନତା,

ସଭ୍ୟତା ଫେରିଲେ।


ଆମ୍ଭେ ଗବେଷଣା କଲୁ,

କିଏ କେତେ ବ୍ୟଭିଚାରୀ?

ପହ୍ଲାଘର ଯୋଜନାରେ ପାଏ ଇନ୍ଦିରା ଆବାସ,

ଥାକ ଥାକ କଟିଯାଏ, ଯାହାବାକିଥାଏ,

ମିସ୍ତ୍ରୀ ମୁଲିଆ ବି ଠକିନିଏ,

ଧର୍ମାବତାର ମାନେ ପଡନ୍ତିନି ବାଦ,

ଆମେ ଯେତେ ଚୌକିର ଉଚ୍ଚତା ମାପିଲୁ,

ଗ୍ରାମପାଳକରୁ, ଜିଲ୍ଲାପାଳକ, ରାଜ୍ୟ ଓ ଦେଶପାଳକ,

ସଭ୍ୟତା ବୁଝିଗଲେ ଯେତେ ଉଚ୍ଚା ଗାଦି, ସେତେବଡ ଝୁଲା।


ଏସବୁ ଉପରେ ବଣିକ, କଳାଧଳା କିଛି ନମାନନ୍ତି,

ମାରପେଞ୍ଚ ଯେତେ ଯାହାକର,

ସିଜୁବୁଦାମୂଳକୁ ଧାଇଁବା ସାର,

ଘରେ ଘରେ ଲାଗିଛି ଆପେଲ, ୱଇଫାଇ, 

ନିଶାସକ୍ତ ସଭିଏଁ, 

ଗୋପନୀୟତାର ବଳିଦାନ, 

ନାନାଦି ସର୍ତ୍ତରେ ବୁଝି ନବୁଝି ହଁ ମାର,

ଜ୍ଞାନକୌଶଳ ନୂଆ, ମାସକୁ ମାସ ନବୀକରଣ କରୁଥା,

ବେଳ ଆସେ ଯନ୍ତ୍ରହୁଏ ନବୀକରଣ ଅଯୋଗ୍ୟ,

ପୁଣି ନୂଆ,

ପୁରୁଣା ଫିଙ୍ଗାହୁଅନ୍ତି, ଚାରିଆଡେ ଆବର୍ଜନା,

ଜଳ, ସ୍ଥଳ, ବନ, ଗିରି ଓ ଆକାଶ,

ସର୍ବେ ପ୍ରଦୂଷିତ,

ଗତିମୁକ୍ତି କାହିଁ,

ନିରୁପାୟ ଅଭାଗା ଜନତା, 

କେବଳ ଯାହା ପରପାଇଁ ଧାଇଁ ଧାଇଁ ହୁଏ ଧଇଁସଇଁ।


ସଭ୍ୟତା ଦେଖାଗଲେ ମ୍ରିୟମାଣ,

ସଭ୍ୟତାର ଦାୟାଦମାନେ ସ୍ଥିରକଲେ,

ସଭ୍ୟତାକୁ କାଟିକୁଟି ଟିକି ଟିକି କରିବେ,

ବାଣ୍ଟିଦେଇ ଆମେରିକା, ଚୀନ, କୋରିଆ, ଜାପାନ, ରୁଷିଆ,

ବ୍ରିଟେନ ଜର୍ମାନ ଓ ଏମିତିକି ଇସ୍ରାୟଲ ପାଶେ,

ବନ୍ଧା ପକାଇବେ,

ସଭ୍ୟତା ମୁକୁଳିବା ପାଇଁ ହେଉଥିଲେ ବ୍ୟାକୁଳ,

ମୁଁ କବିଟିଏ ମାତ୍ର,

କଣ ଅବା ମୋର ଯୁ,

ଗୋଟେ ସ୍ରେଡିଂ ଯନ୍ତ୍ର ମଧ୍ୟରେ ଫିଙ୍ଗିଦେଲେ,

ଜାତୀୟତାର ଦ୍ବାହିରେ,

ମୁଁ ଦେଖୁଥିଲି ଅଟ୍ଟହାସ୍ୟ କରୁଥିଲେ ଅନେକ ପ୍ରବୀଣ,

ସେଠି ମନ୍ତ୍ରୀ, ଯନ୍ତ୍ରୀ, ତନ୍ତୀ ଓ ବଡ ବଡ ଚୌକିର ମାଲିକ ଥିଲେ,

ଏ ଦିନକର ଘଟଣା ନୁହେଁ, 

ମୁଁ ତହିଁ ନୀରବଦ୍ରଷ୍ଟା ରହିଲି ,

ନୀରବ ନିଶ୍ଚଳ ବର୍ଷ ପଞ୍ଚୋସ୍ତରି,

ବଣିକ ଗୋଷ୍ଠୀ ନୀରବରେ ଅଙ୍କ କଷୁଥିଲେ,

ହୋଲେ ନା ଡୋଲେ?

ଆହାଃ, ବିଦାୟ ବନ୍ଧୁ ସଭ୍ୟତା,

କିନ୍ତୁ ସଭ୍ୟତା କହିଗଲେ ମୃତ୍ୟୁପୂର୍ବ ଶେଷ ଜମାନବନ୍ଦୀ,

ମୁଁ ପୁଣି ଆସିବି ଫେରି ଏହି ପୂଣ୍ୟଭୂମେ,

ଏମିତି ଅନେକ ଭୋଗିଛି,

ନୂଆ ଭଗୀରଥ ନୂଆକରି ଧରାବତରଣ କରିବେ ଗଙ୍ଗା,

ପୁଣି ସୂର୍ଯ୍ୟୋଦୟ,

ପୁନରୁଦ୍ଧାର ହେବେ ବେଦ ଓ ବେଦାନ୍ତ,

କେହି ନଥିବେ ଏମାନେ ଯେତେ ସବୁ କଲେ ଅଟ୍ଟହାସ୍ୟ।


ବିଦାୟ ସଭ୍ୟତା,

ଏମିତି ଯୁଗେ ଯୁଗେ ଲିପିକାର ମାନଙ୍କର,

ହୋଇଥାଆ ମାର୍ଗଦର୍ଶୀ,

ଶକ୍ତି, ଭରସା, ଦାୟିତ୍ୱ କର୍ତ୍ତବ୍ୟ,

ମୁଁ କାନ୍ଦୁଥିଲି କିନ୍ତୁ ବାନ୍ଧୁନଥିଲି,କବିଟିଏ ମାତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rabinarayan Senapati

ଦଙ୍ଗା

ଦଙ୍ଗା

2 mins ପଢ଼ନ୍ତୁ

ସଭ୍ୟତା

ସଭ୍ୟତା

2 mins ପଢ଼ନ୍ତୁ

ସମୟ

ସମୟ

9 mins ପଢ଼ନ୍ତୁ

Similar oriya poem from Action