STORYMIRROR

Rabinarayan Senapati

Others

4  

Rabinarayan Senapati

Others

ମନଖୋଲି

ମନଖୋଲି

1 min
270


ମନଖୋଲି କହିବା,

ସେ ପରିସ୍ଥିତି କାହିଁ?

ଫୁରୁସତ ବି ନାହିଁ!

କହିଦେଲେ ତ ଚେର ଲମ୍ବି ଯାଏ ପାତାଳକୁ,

ଡାଳପତ୍ର ନଭଶ୍ଚୁମ୍ବୀ ହୁଏ, 

ଏତେ ସପନ ରାତି ନିଅଣ୍ଟ,

କେତେ ଜଗିଛନ୍ତି,

 ବଲ ଧରିଲେ ସୁସୁରି ବାଜିବ,

 କେବେ ଅଫସାଇଡ୍ ଆଉକେବେ ଫାଉଲ,

 ମୁରବି ନୁହନ୍ତି, ନିୟମ ରକ୍ଷକ ବି ନୁହେଁ,

 କିନ୍ତୁ ହୁଇସିଲ୍ ଝୁଲିଛି ବାଜିବନି କେମିତି?


ଖେଳପାଇଁ ଆହ୍ବନ ବି କମ ନୁହେଁ,

ଫୁରୁସତ ସତରେ କି ନାହିଁ?

ବୟସ ସଙ୍ଗେ ଅବସର ଚକ୍ରବୃଦ୍ଧି,

ମାଂସପେଶୀ ସଂକୁଚିତ,

ଆଜି କଥା କାଲି ମନେ ନାହିଁ,

ନଥିବା ବି କେତେଭଲ,

ଭୁଲି ହୋଇଯାଏ ଆହା ପଦରେ କାହାର,

ଯେ ଘା କରେ ସେ ମଲମ ଲଗାଏ,

ବନ୍ଧୁ ଅବନ୍ଧୁ ଅତିବନ୍ଧୁ, ନିବିଡ ହୁଏ ନିବିଡତର,

ଅସଲ ବେଳେ ଯେ ଥାଏ ସେ ସହୃଦ!


କଣ ବା କହିବ,

ହାତରେ ବେଡି ଗୋଡରେ ବି,

ମୁହଁରେ ତାଲା,

ରାସ୍ତା ସବୁ ବନ୍ଦ,

ରାସ୍ତା ଜବରଦଖଲ, ଜାଗା ବି ଆଉ ବି ଆଖଡା,

ପକ୍ଷ ନହେଲେ ଅପର ପକ୍ଷ,

ନିରପେକ୍ଷ କଣ ଖେଞ୍ଚା ଖାଇବ ଇଆଡୁ ସିଆଡୁ,

ଯା କାଞ୍ଜିଓଳିଆ,

କିଏ ବା ଅସଲ ବେଳେ ଥାଏ,

କିଏ ସେ ସହୃଦ!


ଉନ୍ମୁକ୍ତ ଆକାଶରେ ତଥାପି ସେମାନେ,

ଡେଣାଝାଡି ଉଡୁଛନ୍ତି,

ମୁକ୍ତି ଏକ ପଥ,

ରଥରେ ସାରଥୀ ଛାଡିନି ଲଗାମ,

ସେ ତ ସବୁକାଳେ,

ଅସଲ ବେଳର ସହୃଦ,

କିଏ ବା ଆଉ?


ଶତ୍ରୁ ଦିନେ ମିତ୍ର ଥିଲା ପୁଣି କାଲି ରହିପାରେ ମୈତ୍ରୀ,

କେତେ ସାମ, ଦାମ...

ଥୁ,

ମିତ୍ରର ଛୁରୀକା ପଶ୍ଚ୍ୟାତରୁ,

ମିଠା ବୋଲିରେ ଆଉଟୁ ପାଉଟୁ,

ଅଦୃଶ୍ୟ ଅସଲି,

ଦୃଶ୍ୟ କି ବାସ୍ତବ?

ଐନ୍ଦ୍ରଜାଲିକ ସବୁ,

ଆପଣାର ଯେତିକି ନୟନ,

ନିର୍ବାପିତ ଅଜ୍ଞାନ ତିମିରେ,

ସବୁ କି ମାୟା,

ଜୀବନଟା ବି?


ହୋଇ ନପାରେ କେବେ,

ଗୋଡରେ କଣ୍ଟା ଫୁଟେ,

ରକ୍ତ ବି ବାହାରେ,

ମାୟା ବା କେମିତି ହେଲା,

କ୍ଷରଣ ଶୁଷ୍କ ହୁଏ ପୁରଣ ବି,

କିଏ କରେ କିଏ ସେ ସହୃଦ,

ସବୁତକ ଖେଳ,

ସବୁ ସୁସୁରି ଓ ନାଲି କାର୍ଡ ଧରିଛି,

ତଥାପି ଲଗାମ କଷି ଦିଏ,

କେବେ ଛିଟିକେ ସଵାରୀ,

ଘୋଟକ ବି,

ସେ କିନ୍ତୁ ଖିଲି ଖିଲି ହସୁଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rabinarayan Senapati

ଦଙ୍ଗା

ଦଙ୍ଗା

2 mins ପଢ଼ନ୍ତୁ

ସଭ୍ୟତା

ସଭ୍ୟତା

2 mins ପଢ଼ନ୍ତୁ

ସମୟ

ସମୟ

9 mins ପଢ଼ନ୍ତୁ