STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ମଣିଷ

ମଣିଷ

2 mins
213


ବ୍ରାହ୍ମଣ, କ୍ଷତ୍ରିୟ ,ଵଶ୍ୟ, ଶୁଦ୍ର ଚାରି ଜାତି

ଶିର, ବାହୁ, ଉଦର, ପାଦ ଶରୀର ପାତି ।


ପାଦ ସୂର୍ଯ୍ୟ ପ୍ରଭାକର ଶ୍ରମ ର ପ୍ରତୀକ

ଆତଯାତ ଧରା ପୃଷ୍ଟେ କୃଷକ ଶ୍ରମିକ ।


 ପରିଶ୍ରମ ଫଳହେତୁ ଖାଦ୍ୟ ସର୍ବେ ପାଉ

ଦୀନବନ୍ଧୁ ଙ୍କର ଦୟା କାଳ କାଳ ଥାଉ ।


ସେଇ ପୁରୁଷଙ୍କ ମନ ଚନ୍ଦ୍ର ଅବା ସୋମ

ମନ ପ୍ରଫୁଲ୍ଲ ରଖନ୍ତି ବର୍ଷା ଜଳ ସମ ।


 ଦିବାକର ଙ୍କର ମୁଖ ଦିନ ର ଦେବତା

ପ୍ରାଣ ବାୟୁ, କର୍ଣ୍ଣ ଶବ୍ଦ,ପରମ ସେ ପିତା ।


ଉଦରବି ଅନ୍ତରୀକ୍ଷ ପାଦ ବସୁମତୀ

ତେତିଶ କୋଟି ଦେବତା ତାହାଙ୍କର ଗତି ।


ପୃଥିବୀ, ଜଳ, ବାୟୁ, ସୂର୍ଯ୍ୟ, ଚନ୍ଦ୍ର, ତାରା

ଶରୀରର ଅଂଗ ମାନ ଶୋଭା ପାନ୍ତି ସାରା ।


ଦେଖନ୍ତି ବୋଲି ସଭିଙ୍କୁ ନାମ ପଶୁପତି

ମାଟି, କୃମି ଭୂତାଣୁ ବି ତାଙ୍କ ଦୃଷ୍ଟି ଶକ୍ତି ।


ତିନି ପୁର ଅହରହ ଦେଖି ତ୍ରିଲୋଚନ

ସୂର୍ଯ୍ୟ ରୂପେ ପ୍ରକାଶ ସେ ଶ୍ରବଣ ବି କର୍ଣ୍ଣ ।


ଚନ୍ଦ୍ର ତାଙ୍କ ମନ ,ବାୟୁ ଦିଅନ୍ତି ଜୀବନ

ଧରିତ୍ରୀ ମାତା ଆଧାର ରୂପେ ସେ ମହାନ ।


ଈଶ୍ୱର ସାମ୍ରାଜ୍ୟ ପରିଚାଳନା କରନ୍ତି

ନିରପେକ୍ଷ ଆଦର୍ଶ ରାଷ୍ଟ୍ରପତି ଅଛନ୍ତି ।


ଶରୀର ର ପୁରେ ସେଇ ସୁଯ୍ୟ ଚନ୍ଦ୍ର ଛାୟା

ବିରାଟ ପୁରୁଷକଂ ର ଅଟେ ଆମ କାୟା ।


ଅଗ୍ନି ବାଣୀରେ ଅଛନ୍ତି ବିଶ୍ୱ ହିତେ ଯଜ୍ଞ

ବାୟୁ ପ୍ରାଣରେ ବିରାଜ ହେବାନାହିଁ ଅଜ୍ଞ ।


ସୂର୍ଯ୍ୟ ଚଖୁ ରେ ଦର୍ଶନ ନୟନରେ ଶୋଭା

ତାଙ୍କ ଆଲୋକରେ ତାଙ୍କୁ କରିଥାଉ ଦେଖା ।


ଚଉଦିଗଗଣ ଙ୍କର ମଙ୍ଗଳ  ଭ୍ରମଣ

ବନସ୍ପତି ଲୋମକୁପେ ସଦା ବିଚରଣ ।


ଔଷଧୀୟ ବୃକ୍ଷଲତା ଦିଏ ସ୍ୱାସ୍ଥ୍ୟ କାନ୍ତି

ହୃଦୟ ଚନ୍ଦ୍ରମା ସମ ସ୍ଥିର ମନ ଶାନ୍ତି ।


ରେତପରି ଜଳରୂପେସିସ୍ମ ସେ ସାଗର

ବିଶ୍ଵଦେଵ ବିରାଜିତ ଆମ ଦେହେ ସାର ।


ପିଣ୍ଡ ତାହା ବ୍ରହ୍ମ।ଣ୍ଡ ର ଅଣୁ ରୂପ ଧରି

ଅଶାନ୍ତ ଭୂତାଣୁ ମାନ ଯାଇଛନ୍ତି ଭରି ।


ପରିବେଶ ହାନି କରି ଭୋଗୁ ଅଛୁ ଫଳ

ଆଣବିକ ଯୁଧ୍ୟ ଜୀବହତ୍ୟା ଆମ ବଳ ।


ଅଦୃଶ୍ୟରେ କାୟା ଧରି ଭୂତ ମାନେ ଧାଇଁ

କରନ୍ତି ସେ ସଂକ୍ରମଣ ବ୍ୟାଧି ହେବାପାଇଁ ।


ପୁଞ୍ଜିଭୁତ କ୍ଷୋଭମାନ କରେ ଆକ୍ରମଣ

ଅତୃପ୍ତ ଆତ୍ମାକଂ ଭୂତ କରେ ସଂକ୍ରମଣ ।


ଦେହ ମନ୍ଦିରରେ ନିତ୍ୟ ନାରାୟଣ ବଳ

ଜୀବନ ଯଜ୍ଞରେ ଜୀବ ଭୁଞ୍ଜୁ କର୍ମଫଳ ।


ଦେବତାଙ୍କ ଏ ଶରୀର ପୁରୁଷ ତତ୍ତ୍ୱ କୁ

ମହାଯଜ୍ଞ ପାଇଁ ଦେବା ସମିଧ ସତ୍ୟ କୁ ।


ରାତିପରେ ଦିନ ଆସେ ଦିନପରେ ରାତି

ଦୁଃଖ ସୁଖ ଦୁଈକୂଳ ଜୀବ ଦଶା ପାତି ।


ଈଶ୍ୱର ବିଶ୍ୱାସ ରଖି ଜ୍ଞାନ ପଥେ ଗଲେ

ଆସନ୍ତା କାଲି ଆନନ୍ଦ ଆସିବଟି ଭଲେ ।


Rate this content
Log in

Similar oriya poem from Action