ପିଲାମାନେ
ପିଲାମାନେ
ଶୁଣ ପିଲାମାନେ ମନ ଦେଇ କହେ , କଥା
ଜୀବନରେ ବଡ ହେବା ବିଧି ଓ ବ୍ୟବସ୍ଥା ।
ସମୟ କୁ କେବେ ହେଲେ ଅଯଥା ରେ ବ୍ୟୟ
ନ କରିବ , ଥିବ ଶାନ୍ତ, ସନ୍ତୋଷ ନିର୍ଭୟ ।
ପଢା ବେଳେ ମନ ଦେଇ ପଢ଼ୁ ଥିବ ପାଠ
ଶ୍ରେଣୀ ରେ ହୋଇବ ତୁମେ ମାନେ ଭଲ ଚାଟ ।
ଗୁରୁ ବାକ୍ୟ କେବେ ହେଲେ ନ କରିବ ହେୟ
ସେବା କରି ଶିଷ୍ୟ ଭାବେ ଲଭି ଅନୁଗ୍ରହ ।
ମନ ଧ୍ୟାନ ଦେଇ ଗୁରୁ କଥା ଶୁଣୁ ଥିବ
ଅଭ୍ୟାସ ପୂର୍ବକ ବିଦ୍ୟା ଆୟତ୍ତ କରିବ ।
ଉଦ୍ୟମ ରେ ସବୁ କାର୍ଯ୍ୟ , ହୁଅଇ ସଫଳ
ପ୍ରଚେଷ୍ଟା କରିବ ଧରି ଦମ୍ଭ ମନୋବଳ ।
ଯାହାର , ଯହିଁ ରେ ରହି ଥାଏ , ଟି ଆଗ୍ରହ
ପଢିବ ସେ ବିଦ୍ୟା ଧରି ଅନୁରାଗ , ସ୍ନେହ ।
ସଭିଙ୍କୁ ଆଦର ପ୍ରେମ ସମ୍ମାନ ଜଣାଇ
ମୋହି ନେବ ଆନ ମନ ମିଠା କଥା କହି ।
ସତ୍ୟ ନିଷ୍ଠ ହେବ, ସତ୍ୟରକ୍ଷା ଦୃଢେ କରି
କହୁ ଥିବ , ସତ କଥା ଥିବ ତାହା ପାଳି ।
ଆଦର୍ଶ , ଆହ୍ଵାନ , ଯଶ , ଖ୍ୟାତି ଲଭି ନିତି
ନିତି ନିତି ପାଳୁ ଥିବ ସତ୍ୟ , ଧର୍ମ ନୀତି ।
ଶୃଙ୍ଖଳା ସମ୍ମାନ ସହିତ ସାନ୍ତ୍ଵନା ଦାନ
କରି ହରି ନେବ , ଦୁଃଖ , ଦେଖି ଦୁଖୀ ଦୀନ ।
ଛଳ, ମନ୍ଦ, କପଟତା କେବେ ନ ଧରିବ
ଜୀବନ ରେ କେବେ ପର ମନ୍ଦ ନ ଚିନ୍ତିବ ।
ସମସ୍ତ ଙ୍କୁ ଆନ୍ତରିକ ଦୟା , ବିନୟ ରେ
ସମ ଭାବ ପ୍ରକାଶିବ ଥିବ କଲ୍ୟାଣ ରେ ।
ସମୟାନୁବର୍ତ୍ତି ଗୁଣ ଯୁକ୍ତ ବ୍ୟବହାର
ନ କରିବ, କେବେ, ବୃଥା ବ୍ୟୟ ସମୟ ର ।
ସାଧୁତା ନିସ୍ୱ।ର୍ଥ ଭାବ ମନ ରେ ବହିବ
ଆଦର, ଆଦର୍ଶ, ପ୍ରିତୀ ଘେନି ଚାଲୁ ଥିବ ।
ହିଂସା, ଦ୍ୱେଷ, ଭେଦଭାବ, ବାଦ ଓ ବିବାଦ
ନ ଧରିବ, ସ୍ନେହ, ଶ୍ରଦ୍ଧା, ଆର୍ପି ତା' ସୁଆଦ ।
ଚାଖିବ, କିପରି ମିଠା, କହି ମିଠା କଥା
ସାଙ୍ଗ, ସାଥୀ ସମସ୍ତ ଙ୍କ ପାଇଁ କି ବ୍ୟବସ୍ଥା ।
ବିତରିବ, ଖେଳ ବେଳେ ଖେଳା, ବୁଲା କରି
ମନ୍ଦ ଚିନ୍ତା, ଦୂର୍ଭାବନା ପରିତ୍ୟାଗ କରି ।
ଯାପିଲେ ଜୀବନ ହେବ, ସୁଖ ଶାନ୍ତି ମୟ
ଆନନ୍ଦ ରେ ଭରି ଯିବ, ତୁମର ହୃଦୟ ।
