ହେ ବିଶ୍ଵ ବିହାରୀ
ହେ ବିଶ୍ଵ ବିହାରୀ
ହେ ବିଶ୍ଵ ବିହାରୀ ତୁମରି ସୃଷ୍ଟିରେ
ସବୁ ଦିଶେ କି ସୁନ୍ଦର
ପାହାଡ ପର୍ବତ ଅଗମ୍ୟ ଅରଣ୍ୟ
ନଦୀ ହ୍ରଦ ପାରାବାର।
ଯେଉଁଠାରେ ଦେଖ ଦେବାଳୟ ଅଛି
ସକାଳ ସଂଜ ଆଳତି
ଅଗଣିତ ଭକ୍ତ ସମାବେଶ ହୁଏ
ଭକ୍ତିରେ ବାଢ଼ି ପ୍ରଣତି।
ସତ୍ୟ ସୁନ୍ଦର ର ଆଧାର ଯେ ତୁମେ
କରୁଣାର ଅବତାର
ସକଳ ଶକ୍ତିର ଅଧିକାରୀ ବୋଲି
ମଥା ନଇଁ ଯାଏ ମୋର।
ମୋର ମୋର କେବେ କହି ପାରିବିନି
ମୋର ଏକା ତୁମେ ସାର
ତୁମରି ଇଚ୍ଛାରେ ଯନ୍ତ୍ରବତ୍ ହୋଇ
ଦୁଃଖ ହୁଅଇ ପାଶୋର।
ତୁମେ ସହି ପାର ସବୁ କିଛି ନାଥ
ଗର୍ବ କର ଚୁରମାର
ଭକ୍ତି ବଗିଚାରେ ମାଳି ଟିଏ କରି
ଅନିତ୍ୟ ଅସାର ହର।।
