STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ମେଘ ବରଷିଲା

ମେଘ ବରଷିଲା

1 min
23


ମେଘ ବରଷିଲା ବିଜୁଳି ମାରିଲା

     ଧରଣୀ ହୋଇଲା ଶାନ୍ତ

ରବିଙ୍କର ତେଜ କମି କମି ଗଲା

     ସମୟ ର ନାହିଁ ଅନ୍ତ।

ଧାବ ମାନ ଅଶ୍ୱ ପରିକା ସମୟ

     ଗତିରେ ନାହିଁ ବିରାମ

ନିଷ୍ଠାର ସହିତ କର୍ତ୍ତବ୍ୟ କରିଲେ

     ମିଳି ଥାଏ ଯଶ ନାମ।

ଜଗନ୍ନାଥ ସ୍ଵାମୀ ମନର ଦେବତା

     ବୁଝନ୍ତି ସେ ମନ କଥା

ବିଶ୍ୱାସ ରଖିଲେ ହରଣ କରନ୍ତି

     ଭକ୍ତଙ୍କର ସର୍ବ ବ୍ୟଥା।

ବଞ୍ଚିବାର କଳା ଶିଖିତ ପାରିଲେ

      ଜୀବନ ହୁଏ ସରସ

କର୍ତ୍ତବ୍ୟ କରମେ ଧୈର୍ଯ୍ୟ ରଖିଥିଲେ

      ମନ ହୋଇଯାଏ ବଶ।

ତାଙ୍କରି ଇଚ୍ଛାରେ ଜଗତ ପାଳିତ

     ଇଚ୍ଛା ର ଅଧୀନ ପ୍ରାଣୀ

କାହାକୁ ତାରିବ କାହାକୁ ରଖିବ

     ଗଢ଼ିଥାଅ ମନ ଜାଣି।

ମନ କଥା ତୁମେ ବୁଝିବ କାଳିଆ

      ଭକତ ବାଢ଼େ ପ୍ରଣତି

ପତିତପାବନ କରୁଣା ସାଗର

      ତୁମ ଠାରେ ଥାଉ ମତି।



Rate this content
Log in

Similar oriya poem from Action