Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ମେଘ ବରଷିଲା

ମେଘ ବରଷିଲା

1 min
6



ମେଘ ବରଷିଲା ବିଜୁଳି ମାରିଲା

     ଧରଣୀ ହୋଇଲା ଶାନ୍ତ

ରବିଙ୍କର ତେଜ କମି କମି ଗଲା

     ସମୟ ର ନାହିଁ ଅନ୍ତ।

ଧାବ ମାନ ଅଶ୍ୱ ପରିକା ସମୟ

     ଗତିରେ ନାହିଁ ବିରାମ

ନିଷ୍ଠାର ସହିତ କର୍ତ୍ତବ୍ୟ କରିଲେ

     ମିଳି ଥାଏ ଯଶ ନାମ।

ଜଗନ୍ନାଥ ସ୍ଵାମୀ ମନର ଦେବତା

     ବୁଝନ୍ତି ସେ ମନ କଥା

ବିଶ୍ୱାସ ରଖିଲେ ହରଣ କରନ୍ତି

     ଭକ୍ତଙ୍କର ସର୍ବ ବ୍ୟଥା।

ବଞ୍ଚିବାର କଳା ଶିଖିତ ପାରିଲେ

      ଜୀବନ ହୁଏ ସରସ

କର୍ତ୍ତବ୍ୟ କରମେ ଧୈର୍ଯ୍ୟ ରଖିଥିଲେ

      ମନ ହୋଇଯାଏ ବଶ।

ତାଙ୍କରି ଇଚ୍ଛାରେ ଜଗତ ପାଳିତ

     ଇଚ୍ଛା ର ଅଧୀନ ପ୍ରାଣୀ

କାହାକୁ ତାରିବ କାହାକୁ ରଖିବ

     ଗଢ଼ିଥାଅ ମନ ଜାଣି।

ମନ କଥା ତୁମେ ବୁଝିବ କାଳିଆ

      ଭକତ ବାଢ଼େ ପ୍ରଣତି

ପତିତପାବନ କରୁଣା ସାଗର

      ତୁମ ଠାରେ ଥାଉ ମତି।



Rate this content
Log in

Similar oriya poem from Action