STORYMIRROR

Bijoy Jena

Action Classics

4  

Bijoy Jena

Action Classics

ଅଥଳ ସାଗରେ

ଅଥଳ ସାଗରେ

1 min
8


ଅଥଳ ସାଗରେ ଟଳମଳ ହୁଏ

    ଜୀବନ ନଉକା ମୋର

ନ ହୁଏ ଏ କୂଳ ନ ହୁଏ ସେ କୂଳ

     ଉପାୟ ହେଲାଣି ଦୂର।

ଦୟାର ସାଗର ଆଶାର ଝଲକ

     ତୁମେ ନାଥ ଜଗନ୍ନାଥ

ତୁମ ପରି ଆନ ଆଉ କେହି ନାହିଁ

     ଦିଶୁ ନାହିଁ ଜମା ପଥ।

ସାହାରା ନ ପାଇ ବେନି ହସ୍ତ ଟେକି

     ଡାକିଲି ହେ ପ୍ରଭୁ ରଖ

ତୁମରି ଜୀବନ ତୁମେ ରକ୍ଷା କର

      ମୁଁ ଅବା ବଡ ମୂରୁଖ।

ଧୀରେ ଧୀରେ ହାତ ମୁଠାକୁ ଟାଣିଲ

      ଆଣିଲି ଅନୁଭବରେ 

ଆସରା ପାଇଲି ଧନ୍ୟ ହେଲି ପ୍ରଭୁ

     ଛାର ମନୁଷ୍ୟ ଶରୀରେ।

ସେଇଠୁ ଜାଣିଛି ତୁମ ନାମେ କେତେ

      ରହିଛି ଯାଦୁ ମନ୍ତର

ମରଣ ପର୍ଯ୍ୟନ୍ତ ଜଗନ୍ନାଥ ନାମ

      ହେଉ ମୋ ଗଳାର ହାର।

ଏତିକି କରୁଣା କର ଚକାଡୋଳା

     ମୋ ମନରେ ଆସ ଭାସି

ଦୁନିଆ ଦାଣ୍ଡରେ ବନ୍ଧନକୁ ଭେଦି

      ବଞ୍ଚୁଥିବି ହସି ହସି।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Action