ଅଥଳ ସାଗରେ
ଅଥଳ ସାଗରେ
ଅଥଳ ସାଗରେ ଟଳମଳ ହୁଏ
ଜୀବନ ନଉକା ମୋର
ନ ହୁଏ ଏ କୂଳ ନ ହୁଏ ସେ କୂଳ
ଉପାୟ ହେଲାଣି ଦୂର।
ଦୟାର ସାଗର ଆଶାର ଝଲକ
ତୁମେ ନାଥ ଜଗନ୍ନାଥ
ତୁମ ପରି ଆନ ଆଉ କେହି ନାହିଁ
ଦିଶୁ ନାହିଁ ଜମା ପଥ।
ସାହାରା ନ ପାଇ ବେନି ହସ୍ତ ଟେକି
ଡାକିଲି ହେ ପ୍ରଭୁ ରଖ
ତୁମରି ଜୀବନ ତୁମେ ରକ୍ଷା କର
ମୁଁ ଅବା ବଡ ମୂରୁଖ।
ଧୀରେ ଧୀରେ ହାତ ମୁଠାକୁ ଟାଣିଲ
ଆଣିଲି ଅନୁଭବରେ
ଆସରା ପାଇଲି ଧନ୍ୟ ହେଲି ପ୍ରଭୁ
ଛାର ମନୁଷ୍ୟ ଶରୀରେ।
ସେଇଠୁ ଜାଣିଛି ତୁମ ନାମେ କେତେ
ରହିଛି ଯାଦୁ ମନ୍ତର
ମରଣ ପର୍ଯ୍ୟନ୍ତ ଜଗନ୍ନାଥ ନାମ
ହେଉ ମୋ ଗଳାର ହାର।
ଏତିକି କରୁଣା କର ଚକାଡୋଳା
ମୋ ମନରେ ଆସ ଭାସି
ଦୁନିଆ ଦାଣ୍ଡରେ ବନ୍ଧନକୁ ଭେଦି
ବଞ୍ଚୁଥିବି ହସି ହସି।
