STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସ୍ନେହ ପ୍ରେମ ପ୍ରୀତି ଅମୂଲ୍ୟ

ସ୍ନେହ ପ୍ରେମ ପ୍ରୀତି ଅମୂଲ୍ୟ

1 min
10


ସ୍ନେହ ପ୍ରେମ ପ୍ରୀତି ଅମୂଲ୍ୟ ସମ୍ପତ୍ତି

     ଯୁଗେ ଯୁଗେ ପ୍ରମାଣିତ

ମାଆର ସ୍ନେହରେ ବନ୍ଧା ତ ସକଳେ

      ଅନୁଭବୀ ରସାଣିତ ।

ପ୍ରେମରେ ଚାଲିଛି ସସାଗରା ଧରା

      ବନ୍ଧନରେ ଯୁକ୍ତ ହୋଇ

ଯୁଗଳ ବନ୍ଦୀ ର ପ୍ରତିଟି ପରାଣ

      ପ୍ରେମ ସିକ୍ତେ ବାସୁଥାଇ ।

ପ୍ରୀତିରେ ପ୍ରୀତିରେ ଭାଇ ଚାରା ପ୍ରୀତି

      ସମାଜ ଗଠନ କରେ

ଅଶାନ୍ତି ଅନୀତି ଆପେ ହଟି ଯାଏ

      ଶାନ୍ତିର ଖୋଳପା ଧରେ।

ଯେଉଁଠାରେ ନାହିଁ ଏହି ଦିବ୍ୟ ଗୁଣ

      ନ ଥାଏ ମାନବିକତା

ନର୍କ ପୁର ସିଏ ମିଳେନି ଆନନ୍ଦ

      ଜୀବନ ହୁଅଇ ପିତା।

ପରିବାର ଗଢ଼ା ଏହି ସମ୍ପତ୍ତି ରେ

      ସାଇତି ରଖିଲେ ସଦା

ଦେବତା ଆସିବେ ଆଶିଷ ଢାଳିବେ 

      ଦୂର ହେବ ଅସୁବିଧା।

ତିନୋଟି ସମ୍ପତ୍ତି ସ୍ୱର୍ଗୀୟ ଅଟଇ 

     ବିଶ୍ୱକୁ ବାନ୍ଧି ରଖଇ 

ଟିକିଏ ସେନେହ ଟିକିଏ ପୀରତି

      ଅକ୍ଷୟ କୀର୍ତ୍ତି ସୃଜଇ।

ଟିକିଏ ପ୍ରେମରେ ମନ ହୁଏ ଯୋଡ଼ି

    ବୋଳାବୋଳି କୋଳା କୋଳି

କୁଞ୍ଜ ବନେ ଦେଖ ଶ୍ରୀରାଧା ଗୋବିନ୍ଦ

     ପ୍ରୀତି ବନ୍ଧନରେ ଗୋଳି।

ନନ୍ଦିଘୋଷ ରଥ ଗଡି ଗଡି ଯାଏ

     ପତିତେ ଦେଇ ଦର୍ଶନ

ଜଗା ବଳିଆ ଙ୍କ ସାଥିରେ ସୁଭଦ୍ରା

     ମୋହି ନିଏ ଭକ୍ତ ମନ।

ମଧୁର ବଚନ ଜିଣି ପାରେ ହୃଦ

     ଶତ୍ରୁତା ପଡେ ଝାଉଁଳି

ସ୍ନେହରେ ଜନନୀ କୁହନ୍ତି ସନ୍ତାନେ

     ଶୁଆ ଥଣ୍ଟେ ବର କୋଳି।

ଆଉ କିମ୍ପା ଡେରି ରଖିବା ସଜାଡି

     ସ୍ନେହ ପ୍ରେମ ପ୍ରୀତି ଗୁଣ

ଧରିତ୍ରୀ ବକ୍ଷରେ ଏ ସମ୍ପତ୍ତି ବଳେ

     ନର ହେବ ନାରାୟଣ।



Rate this content
Log in

Similar oriya poem from Action