STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ପ୍ରତିଜ୍ଞା

ପ୍ରତିଜ୍ଞା

1 min
4


କଥା ଅନୁସାରେ କର୍ମ କରେ ଯିଏ

     ପ୍ରତିଜ୍ଞା କୁ କରି ବଳ 

ଘାତ ପ୍ରତିଘାତ  ବାଧା ବିଘ୍ନ ସବୁ

     ଆପେ ହୁଅଇ ଦୁର୍ବଳ।

ପ୍ରତିଜ୍ଞା ଆଗରେ ହାର ମାନିଥାଏ

     ନୈରାଶ୍ୟ ର ଦାଗ ମାନ

ଅଫୁରନ୍ତ ଶକ୍ତି ଆସଇ କେଉଁଠୁ

     କର୍ମ କରେ ବଳବାନ।

ଛାତ୍ରଛାତ୍ରୀ ଯେବେ ମନ ଧ୍ୟାନ ଦେଇ

       ପଠନେ ହୁଅନ୍ତି ରତ

ନିଜ ପ୍ରତିଜ୍ଞାରେ କାହିଁ କେତେ ଉଚ୍ଚ

     ହୋଇଯାନ୍ତି ପ୍ରତିଷ୍ଠିତ।

ପ୍ରତିଜ୍ଞା ଲୋଡଇ ଅଗାଧ ବିଶ୍ୱାସ

     କଠୋର ଅନୁଶାସନ

ଜୀବନେ କେଉଁଠି ଅଭାବ ରହେନି

     ପାଳନରେ ରଖ ମନ।

ଛୋଟିଆ ଛୋଟିଆ କର୍ମ କରି କରି

     ବଡ କାମେ ଦେଲେ ହାତ

ଧିରେ ଧିରେ ବଢେ ଆତ୍ମ ବିଶ୍ବାସ ଯେ

     ସଫଳତା ଆସେ ସତ।

ସଂସାରରେ କେହି ବଡ ସାନ ନାହିଁ

      କର୍ମ ହିଁ ଦିଏ ପ୍ରତିଷ୍ଠା

ଆପଣା ସଙ୍କଳ୍ପେ ଅଟଳ ରହିଲେ

      ଆସିଯାଏ ବଳେ ନିଷ୍ଠା।

ଆଗରେ ପଡ଼ିଛି ପଥ ବହୁଦୂର

      ଚାଲିବାକୁ ହେବ ନିତି

ପ୍ରତିଜ୍ଞା ରୁ କେବେ ଓହରି ଯାଅନି 

     ପାହିଯିବ ଅମା ରାତି।

ପ୍ରତିଜ୍ଞା ରେ ଆସେ କର୍ମ ରେ ଉଦ୍ୟମ

     ଉଦ୍ୟମରେ ଆସେ ସିଦ୍ଧି

ଅଭାବ ଦାରିଦ୍ର୍ୟ ଦୂରୀଭୂତ ହୁଏ

      ଯାହା କରିଛନ୍ତି ବିଧି।

ଆସ ହେ ସକଳେ ପ୍ରତିଜ୍ଞା କରିବା

      ସମାଜ ମଙ୍ଗଳ ପାଇଁ

ହସିବ ସମାଜ ହସିବ ମାନବ

      ମୋକ୍ଷ ତ ଆସିବ ତହିଁ।

ଚାଣକ୍ୟ ପ୍ରତିଜ୍ଞା ଭୀଷ୍ମଙ୍କ ପ୍ରତିଜ୍ଞା

      କଥା ଛଳେ କୁହାଯାଏ

ଏଥିରେ ନିହିତ ସବୁରି ମଙ୍ଗଳ

       ସୁସମାଜ ଗଢାଯାଏ।



Rate this content
Log in

Similar oriya poem from Action