STORYMIRROR

Debabrata Mishra

Abstract Action Classics

3  

Debabrata Mishra

Abstract Action Classics

କାଗଜ ଫୁଲ

କାଗଜ ଫୁଲ

1 min
160


ଯଦି କେବେ ଭାବିବାକୁ ଚିନ୍ତିବାକୁ ଅଳ୍ପକ୍ଷଣ ର ସୁଯୋଗ ମିଳନ୍ତା ବୋଧହୁଏ କାଗଜଫୁଲ ଏପରି ଚିନ୍ତନ କରନ୍ତା.... 


ଅନେକ ରଙ୍ଗରେ ସଜାଇ ପସରା ନେଇ ଆସେ

ପ୍ରାଣହୀନ ଏ ଫୁଲ ତଥାପି ଲାଗେ ସେ ହସୁଛି

ବେଳେବେଳେ ଜୀବନ୍ତ ଲାଗେ ତା ନିର୍ଜୀବ ରୂପ

କେବେ ମୋ' ପାଇଁ କେବେ ତୁମ ଖୁସି ପାଇଁ

କେବେ କୁନିଝିଅଟିର ଓଠରେ ହସ ଦେବା ପାଇଁ, 

ନା ସେ ମରେ ନା ମଉଳେ ନା ହୁଏ ସେ ବାସି

କେବେ କେଉଁ ଅଫିସ ଟେବୁଲରେ କେବେ କାନ୍ଥେ

ଅବା ଘରର କେଉଁ ଏକ କୋଣେ ସଜହୋଇ ବସେ

ସେ ସବୁଠୁ ଖୁସି ହୁଏ ଶିଶୁର ହାତରେ ଥିଲେ

ତାକୁ ଏବେ ଅନେକ ଖୋଜିଲେଣି ଆଦରିଲେଣି

ବାହାଘର ବରଗାଡ଼ିର ସଜାସଜିରେ ସେ ଥାଏ

ଅନେକ ସଭାସମିତିରେ ବି ତାର ଉପସ୍ଥିତି ଜାହିର କରେ, 

ଯେମିତି ମରଣ ବିନା ଜୀବନର ଅର୍ଥ କିଛି ନାହିଁ

ବାସି ନ ହେଲେ ସଜ ଶବ୍ଦ ର ନାହିଁ ମହତ୍ବ

ମନେମନେ ଅନେକ ଭାବୁଥାଏ ମୁଁ ବି ଜୀବିତ ଥାନ୍ତି

ପ୍ରତିଦିନ ଫୁଟୁଥାନ୍ତି ମଉଳୁଥାନ୍ତି ପ୍ରତି ସନ୍ଧ୍ଯା କାଳେ

ସେ କାନ୍ଦୁଥାଏ ଯେତେବେଳେ ସେ ଜାଣେ 

ମନ୍ଦିରରେ ତାର ପ୍ରବେଶ ସୁଯୋଗ ନାହିଁ

ସେ ଅଯୋଗ୍ୟ ପ୍ରଭୁଙ୍କ ଚରଣରେ ସମପର୍ଣ ପାଇଁ

ପୁଣି ନିଜକୁ ବୁଝାଇ ଦିଏ ସେ କାଗଜ ଜରିରେ ଫୁଲଟିଏ

ନା ତାର ବାସ ଓ ମହକ ଅଛି ନା ଗୁଣ ଅଛି 

କିଏ ନେବ ତାକୁ ଦେବତାଙ୍କ ପାଇଁ ସେ ପୁଣି ହସେ

ନିଜର ବାସ୍ତବତା ଓ ସତ୍ଯତା କୁ ସ୍ୱୀକାର କରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract