STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ସମୁଦ୍ର

ସମୁଦ୍ର

1 min
248


ସିଏ ହିଁ ତ ମହୀର ମହାରାଜ, ସାଗର ବା ବିରାଟ ସମୁଦ୍ର

ତାର ଅନ୍ତହୀନ ଗର୍ଜନ ଅସରନ୍ତି ଅଗଣିତ ଲହଡ଼ିର ନୃତ୍ଯ, 

ଅଭୟ ସେ ନିର୍ଭୟ ସେ ସୀମାହୀନ ଜଳର ଶରୀର ସେ

ମାନେନି ସେ କାହା ଆଦେଶ, ମଣିଷ ତ ତାର କେବଳ ଭୃତ୍ୟ... (୧) 


ଆବୋରି ନିଏ ସେ ନଦୀର ଦୁଃଖ ଜଞ୍ଜାଳ ଓ କଣ୍ଟା ଉପାଦାନ

ତା' ବକ୍ଷରେ ତରୁଣର ଉଦ୍ଦାମତା ଓ ଶିଶୁର ଚପଳତା ନାଚୁଥାଏ, 

ଆଲିଙ୍ଗନ କରେ ସେ ସର୍ବଧର୍ମର ମଣିଷକୁ ଭିଜାଇ ଲୁଣିଜଳେ

ତା' ସୁଖର ଘର ନିର୍ମିତ ସୁନୀଳ ରଙ୍ଗେ ସେ ଦୁଃଖ ଲୁଚାଏ.. (୨) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract