ସମୁଦ୍ର
ସମୁଦ୍ର
ସିଏ ହିଁ ତ ମହୀର ମହାରାଜ, ସାଗର ବା ବିରାଟ ସମୁଦ୍ର
ତାର ଅନ୍ତହୀନ ଗର୍ଜନ ଅସରନ୍ତି ଅଗଣିତ ଲହଡ଼ିର ନୃତ୍ଯ,
ଅଭୟ ସେ ନିର୍ଭୟ ସେ ସୀମାହୀନ ଜଳର ଶରୀର ସେ
ମାନେନି ସେ କାହା ଆଦେଶ, ମଣିଷ ତ ତାର କେବଳ ଭୃତ୍ୟ... (୧)
ଆବୋରି ନିଏ ସେ ନଦୀର ଦୁଃଖ ଜଞ୍ଜାଳ ଓ କଣ୍ଟା ଉପାଦାନ
ତା' ବକ୍ଷରେ ତରୁଣର ଉଦ୍ଦାମତା ଓ ଶିଶୁର ଚପଳତା ନାଚୁଥାଏ,
ଆଲିଙ୍ଗନ କରେ ସେ ସର୍ବଧର୍ମର ମଣିଷକୁ ଭିଜାଇ ଲୁଣିଜଳେ
ତା' ସୁଖର ଘର ନିର୍ମିତ ସୁନୀଳ ରଙ୍ଗେ ସେ ଦୁଃଖ ଲୁଚାଏ.. (୨)
