STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ବନ୍ଧୁତା ଦିବସ

ବନ୍ଧୁତା ଦିବସ

1 min
208


ଶ୍ରୀକୃଷ୍ଣ-ସୁଦାମା ଙ୍କ ମିତ୍ରତା ଜଗତେ ବିଖ୍ଯାତ

ନିମିତ୍ତ ମଣିଷ ମୁଁ ଏହା ଜାଣେ ମୋହର ଚିତ୍ତ, 


କିଛି ଲେଖିବାକୁ ମନ ଆଜିର ଏ ଦିବସରେ

ପଢି ମତାମତ ଦେବେ ରହେ ଏତିକି ଆଶାରେ, 


ଜାଣେନି ଓଜନ କେତେ ମୋର ବନ୍ଧୁତ୍ବର ପଣେ

ସବୁ ସାଙ୍ଗ ନିମନ୍ତେ ନିଜେ ମୁଁ ଭାଗ୍ୟବାନ ମଣେ, 


ଭିନ୍ନ ଭିନ୍ନ ନାମେ ନାମିତ ଏହି ଶ୍ରେଷ୍ଠ ସମ୍ପର୍କର

ମିତ୍ର-ସାଙ୍ଗ-ବନ୍ଧୁ କେବେ ସଖା-ସହୋଦର, 


ଅଭାବ ଥିବ ନିଶ୍ଚୟ ବନ୍ଧୁପଣିଆରେ ମୋର

କିନ୍ତୁ ମୋ' ବନ୍ଧୁମାନେ ଅଟନ୍ତି ଶ୍ରଦ୍ଧାର ଭଣ୍ଡାର, 


ଶୈଶବ ସମୟରୁ ବର୍ତ୍ତମାନ ସୋପାନ ଯାଏ

ପରିସ୍ଥିତିକୁ ନେଇ ବନ୍ଧୁ ବିଭିନ୍ନ କ୍ଷେତ୍ର ରେ ହୁଏ, 


ସବୁ ସାଙ୍ଗଙ୍କ ଜୀବନ ସଦା ହେଉ ପୁଷ୍ପମୟ

ପ୍ରଭୁ ପୟେ ପ୍ରଣତୀ ହେଉ ତାଙ୍କ ଭବିଷ୍ଯ ଉଦୟ, 


ମିଳୁ କି ନ ମିଳୁ କାହାକୁ ମୋ' ପରି ଜଣେ ମିତ୍ର

ତୁମପରି ସାଙ୍ଗ ଥିଲେ ଆଙ୍କି ହେବ ଉଲ୍ଲାସର ଚିତ୍ର, 


ଲେଖିବାକୁ ତ ଅନେକ କଥା ଶବ୍ଦର ଅଭାବ

ମନର ସମ୍ପର୍କ ଇଏ ଶବ୍ଦରେ ଲେଖା କି ସମ୍ଭବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract