STORYMIRROR

Ajit Kumar Raut

Action

3  

Ajit Kumar Raut

Action

ନିଃସ୍ବାର୍ଥର ମନ୍ତ୍ର ଯୋଡିଲେ ଦେଶେ

ନିଃସ୍ବାର୍ଥର ମନ୍ତ୍ର ଯୋଡିଲେ ଦେଶେ

1 min
182


ପରିଚୟ ଦେଲେ ନିଃସ୍ବାର୍ଥର କର୍ମେ


ଡକ୍ଟର ନର୍ସଙ୍କ ମେଳି,


ଇତିହାସ ହେଲା ଜନତାଙ୍କ ମଧ୍ୟେ


ଈଶ୍ବରୀୟ କର୍ମ ଭଳି।୧।


କରୋନା ଯନ୍ତ୍ରଣା ଦୂରରେ ଯାଉଛି


ଡକ୍ଟର ନର୍ସଙ୍କ ବଳେ,


ଅସମ୍ଭବ ଆଜି ସମ୍ଭବ ହୋଇଲା


ପବିତ୍ର ସେବାର ବଳେ।୨।


ମହାମାରୀ ବ୍ୟଥା ଚିନ୍ତିତ ହିଁ କଲା


ଦୂରରେ ଯାଉଛି ଏବେ,


ଦେଶର ପ୍ରଧାନ କର୍ତ୍ତବ୍ୟେ ଜଡ଼ିତ


ନୀରୋଗି କରନ୍ତି ସର୍ବେ।୩।


ହାହାକାର ରାବ ଘୁଞ୍ଚି ଗଲା ଏବେ


ରୋଦନ ନ ଶୁଭେ ଆଉ,


ଭୟାବହ ସ୍ଥିତି ଦୂରେଇ ଯାଉଛି


ନ ରହିବ କଷ୍ଟ ଆଉ।୪।


ପ୍ରଭୁ ଦୀନବନ୍ଧୁ ଗୁହାରି ଶୁଣିଲେ


ମହାମାରୀ ହୁଏ ଦୂର,


ଧର୍ମ ପରାୟଣ ରାଷ୍ଟ୍ର ହିଁ ଆମର


ସବୁ ହୋଇ ଯିବ ଦୂର।୫।


ଉନ୍ନତିର ମାର୍ଗ ପ୍ରଦର୍ଶିତ ହେବ


ଗୌରବ ଦେଶ ପାଇବ,


ବିଶ୍ବ ଗୁରୁ ସ୍ବପ୍ନ ସାକାର ହୋଇବ


ଅପୂର୍ବ ଗାଥା ଲେଖିବ।୬।


କଷ୍ଟ ପରେ ଆସେ ସୁବର୍ଣ୍ଣ ସୁଯୋଗ


ପ୍ରଭୁଙ୍କ ଭିଆଣ ଏହି,


ସ୍ବର୍ଣ୍ଣାକ୍ଷ୍ୟରେ ହୁଏ ଲିଖିତ ଗୌରବ


ପ୍ରଭୁ ଆଶିର୍ବାଦ ଏହି।୭।


ପରିଚୟ ଦେଲେ ନିସ୍ବାର୍ଥର କର୍ମେ


ଡକ୍ଟର ନର୍ସଙ୍କ ମେଳି,


ଇତିହାସ ହେଲା ଜନତାଙ୍କ ମଧ୍ୟେ


ଈଶ୍ବରୀୟ କର୍ମ ଭଳି।୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action