ପ୍ରେମହୀନ ପ୍ରେମିକା
ପ୍ରେମହୀନ ପ୍ରେମିକା
ପ୍ରେମର ନାୟିକା ମୋ ପ୍ରେମ ସୁନ୍ଦରୀ
କରିଛି ଅଧୁନା ପର
କଳ୍ପନାର ପୋତେ ମୋ ପାଶେ ଆସୁଛି
ଚୋରିକରି ନିଦ ମୋର ।
ସବୁବେଳେ ଥାଏ ଅନ୍ୟର କୋଲରେ
ବିଜି ବିଜି ଫୋନ କହେ
କଥା ସରିଗଲେ ମେସେଜ କରିବ
ସାଙ୍ଗ ବୋଲି ଗୀତ ଗାଏ ।
କହେ ସେ ସର୍ବଦା ଗର ଗର ହୋଇ
କରୁଛୁ ସନ୍ଦେହ ମୋତେ
ଭାବୁଛି ତୋତେ ମୁଁ ମୋର ଜୀବଧନ
ଭଲ ମୁଁ ପାଉଛି କେତେ ।
ପଚାରୁଛି ତୋତେ ଆଲୋ ନିରିମାଖି!
ଯଦି ଭଲପାଉ ମୋତେ
ମାସକେ ଥରେ ତୁ ମେସେଜ କରୁଛୁ
ମାସଟେ ଭୁଲୁଛୁ ମୋତେ ।
କେବେ କେବେ ତୁହି ଫୋନ କରୁଛୁ
ଧନ ମୋର କିଆଁ କର
ଧନ ଧନ କହି ଦୁଲାରୀ କରୁଛୁ
ମାସେ ନାମ ଆଉ କା'ର ।
ସବୁବେଳେ ଭାବେ ମନଟି ମୋହର
କରିବାକୁ ତୋତେ ରାଣୀ
ମୋତେ ଭାବିଦେଉ ମାଟିର ଖେଳନା
ଖେଳି ତୁ ଯାଉଛୁ ଜାଣି ।
ସମ୍ପର୍କରେ ଆମେ ପ୍ରେମକ ପ୍ରେମିକା
ପ୍ରେମରେ ପଡୁଛି ଫିକା
ନିଜର ଭାବି ନା ପାଇକର ଭାବି
କରୁଛୁ ତୁ ଅଣଦେଖା ।
ଜାଣୁଛି ଜାଣୁଛି ଜାଣୁଛି ଲୋ ସାଥି!
ତୋର ଅଭିନୟ ନାଟ
ଯଦି ତୁ ଚାଲିବୁ ଏଭଳି ପଥରେ
ଦିନେ ପ୍ରେମ ହେବ ଫାଟ ।

