STORYMIRROR

Akshayakumar Dash

Action

4  

Akshayakumar Dash

Action

ଭୂତାଣୁ

ଭୂତାଣୁ

1 min
209

ଖାଲି ଆଖିକୁ ଦିସୁ ନଥିବା

ଅଣୁବୀକ୍ଷଣରେ ବି ଦେଖାନ ଥିବା

ତାକୁ ଭୁତାଣୁ କହୁଥିବା

ଅତି କ୍ଷୁଦ୍ରତି କ୍ଷୁଦ୍ର ଜୀବାଶ୍ମ

ପୃଥିବୀର ଜନଗଣଙ୍କୁ ଆତଙ୍କିତ କରେ

ତାର ଚମତ୍କାର ଢଙ୍ଗରେ

ଶରୀରରେ ପ୍ରବେଶ କରି

ଫୁସଫୁସ ରେ ରୋଗ କରାଏ,

ନିଶ୍ୱାସ ନେବାରେ କଷ୍ଟ ହୁଏ

ହୃତପିଣ୍ଡ, ପାକସ୍ଥଳୀ, ମସ୍ତିଷ୍କର

ସମସ୍ତ ଅଂଗ ପ୍ରତ୍ୟଙ୍ଗ ଦୁର୍ବଳ କରାଏ

ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ହୁଏ

ଜୀବନ ନେବାକୁ ବସେ ।


ଗବେଷକଙ୍କ ମତ

ସଂକ୍ରମଣ ଠାରୁ ଦୂର ଛଅ ଫୁଟ ରହିବା

ମୁଖରେ ମାସ୍କ ପିନ୍ଧିବା

ହାତ ବାରମ୍ବାର ସଫା ରଖିବା ସାନିଟାଇଜର ରେ,

ଗରମ ଜଳ ପାନ କରିବା

ଯୋଗ ପ୍ରାଣୟାମ କରିବା

ସୁଷମ ଖାଦ୍ୟ ଖାଇବା

ନିହାତି ଦରକାର ନହେଲେ

ବାହାରକୁ ବାହାରିବା ନାହିଁ ।

ଏ ରୋଗକୁ ଔଷଧ ନାହିଁ

କି ନିଦାନ ନାହିଁ

କେବଳ ଏକାନ୍ତ ବାସ

ଗହଳି କୁ ନଯିବାକୁ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ

ସମସ୍ତଙ୍କ ପାଇଁ ନିଶ୍ଚୟ ଆତଙ୍କ

ପୁଣି କେବଳ ମଣିଷ ପାଇଁ

ପଶୁପକ୍ଷୀ କିଟପତଙ୍ଗ ପାଇଁ ନୁହେଁ ।।।

ସାମାନ୍ୟ ଭୂତାଣୁ ବି

ପ୍ରଳୟ କରେ

ଈଶ୍ୱରଙ୍କ ସାମ୍ରାଜ୍ୟକୁ

ସୃଷ୍ଟି ସର୍ଜନାକୁ

ବୁଦ୍ଧିମାନ, ଗର୍ବ, ଅହଂକାର, ଛଳନା ରେ

ମସ୍ତିଷ୍କ ଚାଳନା କରୁଥିବା

ମଣିଷ ମାନଙ୍କ ଦମ୍ଭ ଭାଙ୍ଗିବାକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action