STORYMIRROR

Gangotri Priyadarshini

Action Classics Inspirational

4  

Gangotri Priyadarshini

Action Classics Inspirational

ହେ ଈଶ୍ୱର

ହେ ଈଶ୍ୱର

1 min
218


ହେ ଈଶ୍ୱର ପାରିବ କି କୁହ ଦେଇ 

ମାେ ସମସ୍ତ ପ୍ରଶ୍ନର ଉତ୍ତର

ଯେବେ ଦେଲ ଜନ୍ମ ମୃତ୍ୟୁର ଭୟ

କିମ୍ପା ଦେଖେଇ ଡରେଇ ମାର ।।


ଆଖି ଯେବେ ଦେଖେ ସ୍ୱପ୍ନ ଅସୁମାରୀ 

ନିରାଶା କିମ୍ପାଇଁ ହୁଏ ମନେ ଘାରି 

ସୁଖ ପରେ ଦୁଃଖ ରାତି ପରେ ଦିନ 

ଏକ ପରେ ଆନ ଆସେ ଫେରି ।।


ସଂସାର ଜଞ୍ଜାଳ ସ୍ନେହ ଅନାବିଳ 

କଲବଲ ଭାବି ମୋର ମଥା

ସମୟ ଚକ୍ରରେ ନିତି ଘୁରନ୍ତି ସଭିଏଁ 

ସହିଥାନ୍ତି ପୁଣି କେତେ ବ୍ୟଥା ।।


ସମ୍ପର୍କ ମୋହରେ ବିଭୋର ବେଳରେ

ବିଚ୍ଛେଦ ବେଦନା ଆସି ଯାଏ 

କେମିତି ବଞ୍ଚିବ ବିଶ୍ୱରେ ଏଚ୍ଛାର ମଣିଷ 

କଠିନ ସମୟ ପଛେ ଧାଏଁ ।।


ତୁମେ ନିରାକାର ଅଦୃଶ୍ୟ ଆକାର

ତୁମ ସତ୍ତା ଖୋଜି ବଞ୍ଚିଥାଏ

କର ପ୍ରତିକାର ଶୂନ୍ୟ ଉପାୟ ଆମ୍ଭର

ବିପଦ ଆପଦେ ସାହା କିଏ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action