STORYMIRROR

Ajit Kumar Raut

Action

4  

Ajit Kumar Raut

Action

ଗଛ ଲଗେଇବା

ଗଛ ଲଗେଇବା

1 min
208


ଅମ୍ଳଜାନ ପାଇଁ ଗଛ ଲଗେଇବା


ଆସ ଆସ ଭାଇ ମୋର,


ଦେଶର ମଙ୍ଗଳ ସେଥିରେ ହୋଇବ


ଅମ୍ଳଜାନ ଦରକାର।୧।


ଅମ୍ଳଜାନ କଷ୍ଟ ଦୂର ହେବ ଦେଶୁ


ଅମ୍ଳଜାନ ହିଁ ଜୀବନ,


ପୂରଣ କରିବା ଆବଶ୍ୟକ ଏହି


ସୁରକ୍ଷିତ ହେବେ ଜନ।୨।


ଏକତ୍ରିତ ହୋଇ ଗଛ ଲଗେଇବା


ନିସ୍ବାର୍ଥର କର୍ମ ଏହି,


ଗଛ ପୂଷ୍ପେ ଧରା ଚହଟି ଉଠିବ


ଅମ୍ଳଜାନରେ ହିଁ ତହିଁ।୩।


ଜୀବନ ଯାତ୍ରାରେ ଅତି ଆବଶ୍ୟକ


ଅମ୍ଳଜାନ ପ୍ରୟୋଜନ,


ଗଛ ଲଗାଇଣ ପୂରଣ କରିବା


ଆବଶ୍ୟକ ଜନ ଜନ।୪।


ଜାଗି ଉଠ ମୋର ଦେଶବାସୀ ଗଣ


ଗଛ ଲଗେଇବା ସର୍ବେ,


ଅମ୍ଳଜାନ କଷ୍ଟ ଦୂର କରି ଦେବା


ଜାଗ୍ରତ ହୁଅହେ ସର୍ବେ।୫।


ଲୋକ ଜାଗରଣ ନିତ୍ୟେ ଚାଲି ଥାଉ


ଗଛ ଲଗେଇବା ପାଇଁ,


ଗଛ ଲତା ପୂଷ୍ପେ ସୁସଜ୍ଜିତ ହେଉ


ଏହି ଜନ୍ମଭୂମି ପାଇଁ।୬।


ଶୁଦ୍ଧ ଅମ୍ଳଜାନ ଜନ ପାଉ ଥିବେ


ନ ଆସିବ ମହାମାରୀ,


କରୋନା ରୋଗ ଭି ଦୂର ହୋଇ ଯିବ


ନ ଥିବ ଭୟ କାହାରି।୭।


ଗଛ ଲଗେଇବା କର୍ତ୍ତବ୍ୟ ଆମର


ଦେଶ ହିତେ ତାହା ହେଉ,


ଅମ୍ଳଜାନ କଷ୍ଟ ଦୂର ହେଉ ଦେଶୁ


ଜନଙ୍କ କଲ୍ୟାଣ ହେଉ।୮।


ଆନନ୍ଦ ମନରେ କାର୍ଯ୍ୟ କରୁ ଥିବା


ଦେଶର ମଙ୍ଗଳ ହେବ


ଗଛ ପୂଷ୍ପ ଲତା ଭରି ଯିବ ଦେଶେ


ସୁଦ୍ଧ ପବନ ବହିବ।୯।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action