STORYMIRROR

Pranati Mahapatra

Romance Action

4  

Pranati Mahapatra

Romance Action

ଶ୍ରାବଣୀ

ଶ୍ରାବଣୀ

1 min
191


ଶ୍ରାବଣୀ ଗୋ ତୁମେ  ସାଗର ଶୈକତେ

     ଆଙ୍କିଦିଅ ମଧୁ ଚୁମ୍ବନ,

ଇପସିତ ଆଶାକୁ  ଚରିତାର୍ଥ କର

   ପୁଲକିତ ତନୁମନ।


ଶ୍ରାବଣୀ ଗୋ ତୁମ  ନୂପୁର ଧ୍ଵନିରେ

    ଚାତକୀର ପ୍ରାଣ ଧନ୍ୟ,

ତୃଷାର୍ତ୍ତ ଧରଣୀ   ରୂପ ଲାବଣ୍ୟରେ

    ଝଲସାଏ ସର୍ବ ପ୍ରାଣ।


ଶ୍ରାବଣୀ ଗୋ ତୁମ  ଆଗମନ ବାର୍ତ୍ତା

   ଶୁଣି କୋଟି ଜନମନ ତୃପ୍ତ,

ପରଶେ ଲଭନ୍ତି   ଅପାର ଆନନ୍ଦ

     ତୃପ୍ତ ଅଟେ ଚିର ସତ୍ୟ।


ଶ୍ରାବଣୀ ଗୋ ତୁମେ  କଳାମେଘ ଦେହେ

   ଖେଳ ଲୁଚକାଳି ଖେଳ,

ଆନନ୍ଦ ବିଭୋର  ଚକୋରୀ ଚକୋର

   ଅପୂର୍ବ ସେ ନୃତ୍ୟ ମେଳ।




Rate this content
Log in

Similar oriya poem from Romance