STORYMIRROR

Pranati Mahapatra

Romance Action

4  

Pranati Mahapatra

Romance Action

ଶ୍ରାବଣୀ

ଶ୍ରାବଣୀ

1 min
194


ଶ୍ରାବଣୀ ଗୋ ତୁମେ  ସାଗର ଶୈକତେ

     ଆଙ୍କିଦିଅ ମଧୁ ଚୁମ୍ବନ,

ଇପସିତ ଆଶାକୁ  ଚରିତାର୍ଥ କର

   ପୁଲକିତ ତନୁମନ।


ଶ୍ରାବଣୀ ଗୋ ତୁମ  ନୂପୁର ଧ୍ଵନିରେ

    ଚାତକୀର ପ୍ରାଣ ଧନ୍ୟ,

ତୃଷାର୍ତ୍ତ ଧରଣୀ   ରୂପ ଲାବଣ୍ୟରେ

    ଝଲସାଏ ସର୍ବ ପ୍ରାଣ।


ଶ୍ରାବଣୀ ଗୋ ତୁମ  ଆଗମନ ବାର୍ତ୍ତା

   ଶୁଣି କୋଟି ଜନମନ ତୃପ୍ତ,

ପରଶେ ଲଭନ୍ତି   ଅପାର ଆନନ୍ଦ

     ତୃପ୍ତ ଅଟେ ଚିର ସତ୍ୟ।


ଶ୍ରାବଣୀ ଗୋ ତୁମେ  କଳାମେଘ ଦେହେ

   ଖେଳ ଲୁଚକାଳି ଖେଳ,

ଆନନ୍ଦ ବିଭୋର  ଚକୋରୀ ଚକୋର

   ଅପୂର୍ବ ସେ ନୃତ୍ୟ ମେଳ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance