STORYMIRROR

Debabrata Mishra

Abstract Action Classics

4  

Debabrata Mishra

Abstract Action Classics

ଦୌଡ଼

ଦୌଡ଼

1 min
247


ଏ ଯେଉଁ ମଣିଷର ଦୌଡ଼ ଚାଲିଛି 

ଧନର କ୍ଷମତାର ବିଳାସର ବ୍ୟସନର

ବାସନାର ଅୟସର କାମନାର ରୂପର, 

ଏହି ଦୌଡ଼ ସେହି ଜୀବନର ନୁହେଁ 

ଯେଉଁ ଜୀବନେ ମିଳେ ଆତ୍ମୀୟତାର ମହକ

ଯେଉଁ ଜୀବନେ ମିଳେ ନିଷ୍କପଟତାର ସ୍ନେହଶ୍ରଦ୍ଧା, 

ଏହି ଦୌଡ଼ ସେହି ମୃତ୍ଯୁର ଯାହା ଅଦୃଶ୍ଯ

ସୁଖର ବ୍ୟକ୍ତିଗତ ସଂଜ୍ଞାନେଇ ଏଠି ସମସ୍ତେ ଖୁସି

ଦୌଡ଼ିଚାଲ ଦୌଡ଼ିଚାଲ ଦୌଡ଼ିଚାଲ ଏ ମିଛପଥେ

ସେହି ମଶାଣି ଛଡ଼ା ତୁମକୁ ଅନ୍ୟ କିଛି ମିଳିବନି, 

ତୁମେ ହସୁଛ ସତ ହେଲେ ପାର୍କରେ ଯୋଗପାଇଁ

ତୁମେ ଲୁହକୁ କେତେ ଓ କେମିତି ଲୁଚାଇବ 

ସେହି କାଚଘରର ନଭଶ୍ଚୁମ୍ବୀ ଅଟ୍ଟାଳିକାରେ

ମୋଟରଗାଡ଼ି ଚାରିଚକିଆ ନାଇଟକ୍ଲବ୍ ର ମାୟା

ତୁମ ଦୁଃଖ କଦାପି ଦୂର କରେପାରିବନି

ତୁମେ ମିଛକହି ନିଜକୁ ଠକୁଛ ଠକିଚାଲ, 

ଏ ଯେଉଁ ଦୌଡ଼ ଚାଲିଛି ଧନୀ ହେବାର

ପବ୍ଲିକ୍ ସ୍କୁଲରେ ପିଲାମାନଙ୍କୁ ପଢାଇ 

ଟଙ୍କା ରୋଜଗାରର ମେସିନ ତିଆରି କରିବାର, 

ଶିକ୍ଷାର ଅର୍ଥକୁ ରୋଜଗାର ବୁଝିନେବାର ଭୁଲ୍

ତୁମକୁ ଦୌଡ଼ିବାକୁ ବାଧ୍ଯ କରୁଛି, ଥରେ ଚାଲିଦେଖ

ଜାଣିବ ଶିକ୍ଷା ଜୀବନକୁ ସୁସଙ୍ଗଠିତ କରିବାର

ସଭ୍ୟ ହୋଇ ସମାଜକୁ ସଭ୍ଯ କରିବାର ଅନବରତ ପ୍ରୟାସ, 

ରୋଜଗାର ମୂଳଲକ୍ଷ୍ୟ ନୁହେଁ ଅବଶ୍ୟ ଏକ ଲକ୍ଷ୍ଯ

ଏ ଦୌଡ଼ ଆନନ୍ଦର ଖୋଳପା ପିନ୍ଧିଥିବା ବିଷାଦର

କୁତ୍ରିମତାର ରଙ୍ଗ କେବଳ ମେସିନରେ ଲାଗିନି

ଲାଗିଛି ମଣିଷ-ମଣିଷର ସମ୍ପର୍କରେ, ପରିବାରରେ

ସୋସିଆଲ ମିଡ଼ିଆ ସମୟର ଆବଶ୍ଯକ ହୋଇପାରେ

ଏହା କିନ୍ତୁ ସବୁକିଛି ନୁହେଁ ଏହାଛଡ଼ା ଜୀବନ ଆହୁରି ଅଛି

ଆସଥରେ ଚାଲିଶିଖିବା ଟିକେ ଦୌଡ଼ ବନ୍ଦକରି 

ଏକ ନୂତନ ଆଲୋକରେ ଅଜ୍ଞାତ ପଥେ

ଯେଉଁପଥର ଦିଗଦର୍ଶନ ଈଶ୍ବର ଦେଇଚାଲିଛନ୍ତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract