STORYMIRROR

Ajit Kumar Raut

Action

4  

Ajit Kumar Raut

Action

କର୍ତ୍ତବ୍ୟହିଁ ଆମ

କର୍ତ୍ତବ୍ୟହିଁ ଆମ

1 min
260


ବିପଦ କାଳରେ      ନିର୍ବାସନ ଦୁଃଖ

      ବ୍ୟଥିତ କରଇ ମନ,

ତଥାପି ଜନଙ୍କ       ନିଜ ସୁରକ୍ଷାରେ

     ଘରେ କାଟୁ ଥିବା ଦିନ।


ଶିଶୁହିଁ ମୋହର       ଅତିହିଁ ଚତୁର

     ଘରେହିଁ ରହନ୍ତି ଏବେ 

ମାଆ ବାପା କଥା      ମାନିକରି ଶିଶୁ

     ଘରେ ଖେଳୁ ଥାନ୍ତି ଏବେ।


ଆନନ୍ଦରେ ଖେଳେ     କଥାକୁ ମାନିଣ

     ଘରେ ଭିତରେ ସେହି

ଖେଲଣା ସାମାନ      ଭରି ପଡ଼ି ଅଛି

     ଖେଳନ୍ତି ଆନନ୍ଦେ ଏହି।


ବିନା ଆବଶ୍ୟକେ      ଘରୁ ବାହାରିବା

     ମନା ହୋଇଛି ଏବେ

ଶିକ୍ଷାର ସଂସ୍ଥାନ       ବନ୍ଦ ପଡ଼ି ଅଛି

     ଦୁଃଖର ତାଣ୍ଡବ ଏବେ।


କରୋନା ରୋଗଟି      ଅତି ଭୟାବହ

      ଯନ୍ତ୍ରଣା ଦେଉଛି ଭବେ

ରୋଦନର ରାବ୍      ଘନେ ଘନେ ଶୁଭେ

      ଆତଙ୍କିତ ଦେଶ ଏବେ।


ନିରାକରଣର        ମାତ୍ର ହିଁ ଉପାୟ

      ଘରରେ ରହିବା ଏବେ

ନିଜ ସନ୍ତାନଙ୍କୁ        ଘରେ ରଖିବାହିଁ

      କର୍ତ୍ତବ୍ୟ ହୋଇଛି ଏବେ।


ଘରେ ଖେଳୁ ଥିବେ      ଶିଶୁ ମାନେ ଏବେ

      ବାହାର ଛାଡ଼ିବା ନାହିଁ

ଖେଳିବାର ସବୁ        ଖେଲଣା ସାମଗ୍ରୀ

      ବ୍ୟବସ୍ଥା କରିବା ତହିଁ।


ବିପଦ କାଳରେ        ନିର୍ବାସନ ଦୁଃଖ

      ବ୍ୟଥିତ କରଇ ମନ

ତଥାପି ଜନଙ୍କ        ନିଜ ସୁରକ୍ଷାରେ

      ଘରେ କାଟୁ ଥିବା ଦିନ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action