Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Action Inspirational

4  

Sukadev Mahanta

Abstract Action Inspirational

ସବୁଜ ପୃଥିବୀ

ସବୁଜ ପୃଥିବୀ

1 min
250


ବିଶ୍ବ ବ୍ରହ୍ମାଣ୍ଡରେ     ଆମେ ଜାଣିବାରେ

      ଏକମାତ୍ର ଗ୍ରହ ଅଛି

ଯହିଁ ସ୍ବଚ୍ଛ ବାୟୁ     ସବୁଜିମା ମଧ୍ୟେ

        ଜୀବନ ତିଷ୍ଠି ପାରିଛି ।


ବ୍ରହ୍ମାଙ୍କ ସୃ୍ଷ୍ଟିରେ     ସର୍ବୋତ୍ତମ ସ୍ଥାନ

        ଅଟଇ ଆମ ପୃଥିବୀ

କାମଧେନୁ ପରି      ସକଳ କାମନା

     ପୂରଣ  କରେ   ପୃଥିବୀ ।


କୋଟି କୋଟି ଜୀବ    ଧାରଣ କରିଛି

      ଜୈବ ବିବିଧତା ଭରା

ଧନ ଧାନ୍ୟ ପୁ୍ଷ୍ପ     ଫଳ ବୃକ୍ଷେ ଭରା

       ନଦ ନଦୀ ସିନ୍ଧୁ ଭରା ।


କାହାର କିଛିିବି      ଅଭାବ ରଖିନି

        ସର୍ବଂସହା ବସୁନ୍ଧରା

ସୁନ୍ଦର ସପନେ     ତିଆରି ହୋଇଛି

     ଆମ ମା ବସୁନ୍ଧରା  ।


ଧରଣୀ ମାଆର      ସୁଯୋଗ୍ୟ ସନ୍ତାନ

      ମଣିଷର କାର୍ଯ୍ଯମାନ

ବିଦୀର୍ଣ୍ଣ  କରିଛି    ଧରଣୀ ମାତାକୁ

    ଦେଉଛି ନାନା କଷଣ ।


ଜନ  ବିଷ୍ଫୋରଣ    ଦ୍ରୁତ ଶୀଳ୍ପାୟନ

      ବଢାଉଛି ପ୍ରଦୂଷଣ

ଅରଣ୍ୟ ସମ୍ପଦ     ବିନଷ୍ଟ  କରୁଛି

        ଦୂର୍ବିସହ ଏ ଜୀବନ ।


ସବୁଜିମା ଧୀରେ     ଧୀରେ ଲୋପ ପାଇ

        ଉତ୍ତପ୍ତ କରୁଛି ଧରା

ସବୁଜ କୋଠରୀ       ପ୍ରଭାବ ବଢୁଛି

        ବରଫ ତରଳେ ପରା ।


ସମୁ୍ଦ୍ର   ପତ୍ତନ       ବଢିବାରେ ଲାଗେ  

         ଜଳମଗ୍ନ ବେଳାଭୂମି

ମଣିଷ  ଧରାରେ    ରହିବାର ଲାଗି

      ସଂକ୍ଷିପ୍ତ ହୋଇବ ଭୂମି ।


ଜଙ୍ଗଲର  କ୍ଷୟ    ବିଶ୍ବ ଜଳବାୟୁ

      ପରିବର୍ତ୍ତନ କାରକ

ନାନା ମହାବ୍ୟାଧୀ    ମହାମାରୀ ସାଜି

        ଘଟାଏ ଜୀବ ମଡକ ।


ବୃକ୍ଷ କାଟି ନର      ରଚେ ବାସଘର

      ଗଢେ କଳ କାରଖାନା   

ଗଛ   ଲଗାଇବା     ଭୁଲି ଯାଉଅଛି

      ହେଉଅଛି ଆନମନା ।


ବର୍ଷା ନିୟମିତ       ହେଉନି ଧରାରେ

        ହେଉଛି ଅସହ୍ୟ ଖରା

ମାଘ ମାସେ ଆଉ     ବାଘ ଶୀତ ନାହିଁ     

 ଫଗୁଣେ ଅସହ୍ୟ ଖରା ।


ସବୁଜ ପୃଥିବୀ     ସବୁଜ ରହିଲେ

      ପରିବେଶ ରହେ ସ୍ବଚ୍ଛ

ଜଙ୍ଗଲ ସମ୍ପଦ     ସଂରକ୍ଷଣ ଲାଗି

       ଆସ ଲଗାଇବା ଗଛ ।


ବୃହତ  ବୃକ୍ଷର      ସଂରକ୍ଷଣ ସଙ୍ଗେ

      ରୋପଣ କରିବା ଚାରା

ସବୁଜ ପଣତ         ବରଷା ଧାରାରେ

      ଭିଜାଇ ନାଚିବ ଧରା ।


ବିଲୁଆ ଡାକିବ        ମୟୂର ନାଚିବ

       କୋଇଲି ଗାଇବ ଗୀତ

ହାତୀ ରଡି ଦେବ    ବାଘ ଗରଜିବ

       ସିଂହରାଜା ହେବ ମିତ ।


ମିରିଗ ଧାଇଁବ    ବାଘ ଗୋଡାଇବ

      ସର୍ବପ୍ରାଣୀ  ଆତ ଯାତ

ଶାନ୍ତି ପୂର୍ଣ୍ଣ ହେବ    ସବୁରି ଜୀବନ

       ହେବା ସକଳର ମିତ।


ସବୁଜ   ସୁ୍ନ୍ଦର      ରହିଣ ହସିବ

       ଆମ ମାତା ବସୁନ୍ଧରା

ଜୈବ ବିବିଧତା      ଅକ୍ଷୂଣ୍ଣ  ରହିବ

      ହସିବ ଆମ ମାଆ ଧରା ।


ତେଣୁ କହୁଅଛି     ଛୋଟ କଥାଟିଏ

        “ଲଗାଇବା ଗଛଟିଏ”

“ଆସ  ଲଗାଇବା     ଗଛଟିଏ ଭାଇ

       ଲଗାଇବା ଗଛଟିଏ ” ।


   


Rate this content
Log in