STORYMIRROR

Pranati Mahapatra

Action Inspirational

4  

Pranati Mahapatra

Action Inspirational

ନିଶ୍ଚୟ ହେବ ବିଜୟ

ନିଶ୍ଚୟ ହେବ ବିଜୟ

1 min
193


ମହାନ୍ ଆମ ସଂସ୍କୃତି ମହାନ୍ ପରମ୍ପରା,

ବିଶ୍ଵଗୁରୁର ମାନ୍ୟତା ପାଇଛି

ଆମରି ଏ ଦେଶ ପରା।


ଆଲିଙ୍ଗନ, ଅବା ହାତ ମିଳାଇବା 

ଠାରୁ ବହୁ ଦୂରେ ରହିଛି,

ପାଦଛୁଇଁ ପ୍ରଣିପାତ କରିବା

ଆମ ସଂସ୍କୃତି ଶିଖାଇଛି।


ଉକ୍ତ ଆଧାରରେ ଉତ୍ସୃଙ୍ଖଳ ହୋଇ

ଅନ୍ୟାୟ କରେନି କେବେ,

ବିବାହ ବନ୍ଧନେ ବାନ୍ଧି ହେବା ପରେ

ଦୁଇ ମନ ଆତ୍ମା ମିଶେ ତେବେ।


ପାଶ୍ଚାତ୍ୟ ସଂସ୍କୃତି ଚଳଣିରେ

କେତେ ବିଶୃଙ୍ଖଳିତ ପରିଲକ୍ଷିତ,

ଯୁବବର୍ଗ ଅପଥରେ ଯାତ୍ରା କରି

ମତି ହୋଇ ଯାଏ ଭ୍ରମିତ।


ସତ୍ୟ ଧର୍ମ ପଥେ ,ଗୁରୁଜନ ପଦେ

ଉତ୍ତମ ଆଚରଣରେ ରହି,

ହାରିଯିବା କେବେ ଶିଖିନି ଏ ମାଟି

ପୁଅ ସଦା ହୁଏ ବିଜୟୀ।


ଆସିଛି ଯଦି ବା ଆଜି ଦୁଃସମୟ

ବାହୁଡିବ ପରାଜୟେ,

ଲଢୁଆ ଜାତି ଏ ଲଢେଇ କରିଣ

ରହିବ ସଦା ବିଜୟେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action