STORYMIRROR

Bijaya kumar panda

Action Classics Inspirational

4  

Bijaya kumar panda

Action Classics Inspirational

ଅକ୍ଷୟ ତୃତୀୟା (ଓଡ଼ିଶାର ପର୍ବ)

ଅକ୍ଷୟ ତୃତୀୟା (ଓଡ଼ିଶାର ପର୍ବ)

1 min
183

ଜଗତର ନାଥ ଆହେ ଦୟାମୟ ରକ୍ଷାକର ମହାବାହୁ

ପାତକ ଡାକୁଛି ତ୍ରାହି ତ୍ରାହି ପ୍ରଭୁ ରକ୍ଷାକର ନରହରି।


ତୁମେ ଅବତାରୀ ଯମଦଗ୍ନୀ ସୁତ ରେଣୁକା ଙ୍କ ହତ୍ୟାକାରୀ

ମହାନ୍ ଗୁରୁ ଯେ ପିତୃ ଭକ୍ତ ଥିଲେ ପର୍ଶୁରାମ ରୂପ ଧରି।


ଶିଳାର ଉପରେ ଲୋହିତ ନଦୀ କୂଳେ ତପସ୍ୟା ଆରମ୍ଭ କରି 

ପର୍ଶୁରାମ କୁଣ୍ଡେ ପାପ କୁ ଧୋଇଲେ ମାତୃ ହତ୍ୟା ପାପ ଦୂରେଇ ଦେଇ।


ସତ୍ୟ ଓ ତ୍ରେତୟା ଯୁଗର ଆରମ୍ଭ ଏ ଶୁଭ ଦିନରେ ଆଜି

ବଦ୍ରିନାଥ ଧାମ ତବ ଦରଶନେ ଆଜି ତୋ ଖୋଲା ଯାଇଛି।


ରଥ ନିର୍ମାଣ ଚଷା ଅନୁକୂଳ ବାହିଥାଏ ଅଖିମୁଠି

କ୍ଷେତ ରାଗିଣୀ ରେ ମନ ଛନ୍ ଛନ୍ ଭଣ୍ଡାର ଉଠିବ ହସି।


କୃଷିର ଦେବତା ବଳରାମ ଭ୍ରାତା ବିବାହ ଉତ୍ସବରେ ମାତି

ଚନ୍ଦନ ଯାତର ଆରମ୍ଭ ପାଇଁ କି ତୁମେ ଥାଅ ରସେ ରସି।


ତୁମ ସେବା ପାଇଁ ଧରାକୁ ଆସିବେ ସଜବାଜ ହୋଇ ବର୍ଷାରାଣୀ

ଜ୍ୟୋଷ୍ଠ ସଂକ୍ରାନ୍ତି କୁ ବୃଷ ଯେ କହନ୍ତି ଶୁଭ କାର୍ଯ୍ୟ ଆରମ୍ଭଇ।


ଅକ୍ଷୟ ତୃତୀୟା ଶୁଭ ଦିନ ହେଉ ଦୁଃଖ ପାପ ଜଗତରୁ କ୍ଷୟ ହେଉ।

ହେ ଜଗନ୍ନାଥ ସହାୟ ହୁଅନ୍ତୁ ବିକଳେ ଡାକୁଛି ଆଜି ଓଡିଶା ବାସୀ।


ଏହି ଶୁଭ ଦିନେ ଆରମ୍ଭ କରନ୍ତୁ କଳିରେ କରାଳ ଯାଉ ଦୂରେଇ

ତୁମ ନାମ ଭଜି ଦିନ ବିତି ଯାଉ ସାଧୁ ଜନ ସଙ୍ଗ ଏ ଜାତି ଲଭି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action