STORYMIRROR

Samar Ballav Bhoi

Tragedy Action Inspirational

4  

Samar Ballav Bhoi

Tragedy Action Inspirational

ବୈଶାଖର ରୂପରେଖ

ବୈଶାଖର ରୂପରେଖ

1 min
212


ବୈଶାଖର ରୂପ ଅଟେ ଭୟଙ୍କର

ସାଥେ ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣ 

ପବନର ଲାଲ୍ ଆଖିର ଚାହାଣି

ଲଗାଇ ଦିଏ ସବୁଠି ନିଆଁର ଝୁଲଣ।

 

ତୁହାକୁ ତୁହା ଝାଞ୍ଜି ଗରମ ପବନ 

ବଦଳାଇ ଦିଏ ପ୍ରକୃତିର ବଦନ

ଜୀବଜଗତ ସବୁ ବ୍ୟସ୍ତ ବିବ୍ରତ

ନିରବି ଯାଏ ସବୁ ମଣିଷଙ୍କ ମନ।


କାଳବୈଶାଖୀ ର କରାଳ ଚକ୍ର

କିଛି ସମୟ ପାଇଁ ରଚିଯାଏ ଚକ୍ରବ୍ୟୁହ 

ସାଥିରେ ବର୍ଷା, ପବନ, ବିଜୁଳି, ବଜ୍ରପାତ

ସାରା ଦୁନିଆ କୁ କରେ ନିଃସହାୟ ।


ପାଚିଲା ଆମ୍ବର ମହମହ ବାସ୍ନା 

ଏଠି ସେଇଠି ସବୁଠି ବିଛୁରିତ

ପଣସ, ଲିଚୁ, ଅଙ୍ଗୁର ଅନ୍ୟାନ୍ୟ ଫଳ

ମହକାଏ ସାରା ଦୁନିଆ କୁ କରି ଆପାୟିତ।


ଗ୍ରୀଷ୍ମର ଦାରୁଣ ନିଦାଘ ଯେତେ କଷ୍ଟ

ସେ କଷ୍ଟ ଲାଘବ ନିମନ୍ତେ ଆବଶ୍ୟକ

ତରଭୂଜ, କାକୁଡି , ତାଳସଜ, ଆମ୍ବ 

ଏସବୁ ରୁ ଶାନ୍ତି ଲଭନ୍ତି ପ୍ରତ୍ୟେକ।


ଚନ୍ଦନଯାତ୍ରା ସାବିତ୍ରୀବ୍ରତ ଚଇତ ପରବ

ଆଗମନେ ବୈଶାଖ ହୁଅଇ ଚଳଚଞ୍ଚଳ

ବୈଶାଖ ର ଝାଞ୍ଜି ପବନ କୁ ଭୁଲି

ମଣିଷ ଲଭଇ ମନେ ଶାନ୍ତିର ଫଳ।


ଝଡ ତୋଫାନ ବରଷା ବୈଶାଖର

ଅଟେ ଆଗନ୍ତୁକ ଅତିଥି ପ୍ରବର

ବର୍ଷା ଭିଜା ମାଟିର ବାସ୍ନାର ମହକ

ଶାନ୍ତି ଲାଘବ କରେ ଜୀବ ଜଗତର।



Rate this content
Log in

Similar oriya poem from Tragedy