STORYMIRROR

Salila Sarangi

Tragedy

4  

Salila Sarangi

Tragedy

ଅପରାହ୍ନର ଚିନ୍ତା ଓ ଚେତନା

ଅପରାହ୍ନର ଚିନ୍ତା ଓ ଚେତନା

1 min
320

ଶେଯ ତୁଳୀତଳ୍ପ କଟିଲା ଶୈଶବ

କୈଶୋର ଉଦ୍ଦାମତାରେ

ଅପରାହ୍ନ ସୂର୍ଯ୍ୟ ହେଲେ ଉପଗତ

ଲେଉଟିଵେ ମାଆ କୋଳେ।

ଲାଗେ ଚତୁର୍ଦ୍ଦିଗ ନିରଵ ନିସ୍ତବ୍ଧ

ଜୀବନ ଶୂନ୍ୟତା ଭରା

ସଞ୍ଜ ଗଡ଼ି ଗଲେ କାଳରାତ୍ରି ଆସି

କାୟା ବିସ୍ତାରିଵ ପରା।

ଚିନ୍ତା ଓ ଚେତନା ହୁଏ ବାଟବଣା

ଶିରା ପ୍ରଶିରା ଶିଥିଳ

ଯାତାୟତ ପାଇଁ ଏକମାତ୍ର ଆଶା

ବାଡିଟି ଅଟେ ସମ୍ଵଳ।

 ନ ଥାଏ ଖବର ଶୁଖିଲା ପତର

କେତେବେଳେ ଯିବ ଝଡି

କାହିଁକି ରେ ମନ ଏ ମାୟା ସଂସାରେ

ଧରିଛୁ ସଭିଙ୍କୁ ମାଡି।

ମୋହରେ ତୁ ପଡି ସଞ୍ଚୟର ପେଡ଼ି

ଯାହା ପାଇଁ ସାଇତିଛୁ

କହି ମୋର ମୋର ଆଵୋରିଛୁ କର

ନିଜର ବୋଲି ଭାବୁଛୁ।

ଏ ମାୟା ସଂସାର କେ ନୁହେଁ ନିଜର

ଭ୍ରମ ରେ ହୋଇଛୁ ଵାଇ

ଆସିଅଛୁଏକା ଚାଲିଯିଵୁ ଏକା

କେହି ସଙ୍ଗେ ଯିଵେ ନାହିଁ।

ଯଦି ଧର୍ମ ଵଳ ଥିଵ ତୋ ନିଜର

ସେସଖା ଅନ୍ତିମ କାଳେ

ଧନ ଦାରା ସୁତ ସବୁ ଅଟେ ମିଛ

ଗଣ୍ଠି କରିଥା ବାବୁରେ।

ଲହୁ ଲୁହ ପିଇ ନିରନ୍ତର ଧାଇଁ

କର୍ତ୍ତବ୍ୟରେ ହେଲୁ ରତ

ଆଜି ଅପରାହ୍ନ ତୋ ପାଇଁ ସମୟ

ଦେଵାକୁ ଟି କୁଣ୍ଠାବୋଧ।

ଵେଳ ଥାଉଁ ମନ କର ସୁକରମ

ନିତ୍ୟ ଚିନ୍ତାମଣି ଚିନ୍ତି

ଏ ଭବ ସାଗର ହେବୁ ନିଶ୍ଚେ ପାର

କଲେ ନିଷ୍କାମ ଭକତି।

ଅନନ୍ତ ଅବ୍ୟକ୍ତ ସେ ଵ୍ରହ୍ମ ସ୍ଵରୂପ

ଶ୍ରୀ ପଦେ ଗଲେ ଶରଣ

ସେ ପରମାନନ୍ଦ ଏକ ମାତ୍ର ସତ୍ୟ

ଅଳିକ ସଂସାରେ ଜାଣ।

ଚିନ୍ତା ଚେତନାରେ ଧର୍ମ ଭାଵନାରେ

ନିତ୍ୟ ରଖିଥିଲେ ମନ

 ଶାନ୍ତପ୍ରଦ ହେଵ ସମୟ ଵିତିଵ

ଜୀବନ ର ଅପରାହ୍ନ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy